ସ୍କୁଲ ସାମ୍ନାରେ ବିଷାକ୍ତ ଶିଳ୍ପ ବର୍ଜ୍ୟବସ୍ତୁ : ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଶ୍ନବାଚୀ

ବ୍ୟାସନଗର(ସମୃଦ୍ଧଓଡିଶା) କଳିଙ୍ଗନଗର କାରଖାନା ପରିଚାଳନାରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ପରିଚାଳନା କରିବାପାଇଁ ପରିବେଶ ବିଭାଗ ସ୍ୱତନ୍ତ୍ର ନିୟମ ପ୍ରଣୟନ କରି ଅଛନ୍ତି ହେଲେ ଏହାର ବ୍ୟତିକ୍ରମ ଏବେ ଏହି ଅଂଚଳରେ ଦେଖାଦେଇଛି I ଖବର ମୁତାବକ ବ୍ୟାସନଗର ସହରର ଅନ୍ୟତମ ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗ୍ଲୋରିଆସ ଇଂଲିଶ ମିଡ଼ିଅମ ସ୍କୁଲ ସାମ୍ନାରେ ଜନୈକ ବ୍ୟକ୍ତି କଳିଙ୍ଗନଗର ସ୍ଥିତ ଜିନ୍ଦଲ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ପକାଇ ରାସ୍ତା ସମତୁଲ କରୁଛନ୍ତି ଏହି ବିଷାକ୍ତ ବର୍ଜ୍ୟବସ୍ତୁ ଏକ ବିଦ୍ୟାଳୟ ନିକଟରେ ପକାଯାଉଥିବାରୁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଓ ଛାତ୍ରୀ ଓ ଯିବା ଆସିବା କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟିକରିବ ବୋଲି ସାଧାରଣରେ ଚର୍ଚା ହେଉଛି ଏହି ବିଷାକ୍ତ ତଥା କେମିକାଲ ମିଶା ବର୍ଜ୍ୟ ବର୍ଷାଜଳରେ ମିଶି ତଥା ପବନରେ ଉଡି ଅଂଚଳରେ ବସବାସ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି ହୋଇଛି। ପ୍ରଦୂଷଣ ବିଭାଗ ତଥା ବ୍ୟାସନଗର ପ୍ରଶାସନ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି ଉଠୁଛି।ଠିକ୍ ସେହିପରି କଲିଙ୍ଗନଗର ରେ ଥିବା ରାସ୍ତା ରେ ମଧ୍ଯ ପ୍ରାୟ ସମୟ ରେ ପରିବହନ କରୁଥିବା ବେଳେ ରାସ୍ତା ରେ ପଡିବାରୁ ସାଧାରଣ ଲୋକ ରାସ୍ତା ରେ ଯିବା ସମୟରେ ବହୁସମୟ ରେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଜିନ୍ଦଲ ଷ୍ଟିଲ କୁ ପ୍ରସାସନ ତରଫରୁ ଏପରି କାର୍ଯ୍ୟ ରୁ କିପରି ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣ ରେ ଆଲୋଚନା ହେଉଛି।

ରିପୋର୍ଟ : ରଜତ କୁମାର ମହାପାତ୍ର