ସୋସାଇଟି ଚେଞ୍ଜର୍ସ ସଂଗଠନ ପକ୍ଷରୁ କମ୍ବଳ ବଣ୍ଟନ…

କଟକ (ସମୃଦ୍ଧ ଓଡିଶା) କରୋନା ମହାମାରୀରେ ସମଗ୍ର ବିଶ୍ୱ କବଳିତ ହୋଇ ସାମାଜିକ ଓ ଆର୍ଥିକ ଅବସ୍ଥା ଭୁଶୁଡ଼ି ଯିବା ସହ ଅସହ୍ୟ ଥଣ୍ଡା ଜନ ଜୀବନକୁ ଦୁର୍ବିସହ କରିଛି । ଏଥିପାଇଁ ଇଂରାଜୀ ନବବର୍ଷ ଅବସରରେ ସୋସାଇଟି ଚେଞ୍ଜର୍ସ ସଂଗଠନ ପକ୍ଷରୁ କେନ୍ଦ୍ରୀୟ ସଭାପତି ସାରଦା ପ୍ରସାଦ ଦାସଙ୍କ ନେତୃତ୍ୱରେ ପ୍ରବଳ ଶୀତରେ ଥରହର ହେଉଥିବା ବିଭିନ୍ନ ରାସ୍ତାକଡର ଅସହାୟ ବୃଦ୍ଧ, ବୃଦ୍ଧା ଓ ବିଭିନ୍ନ ଅନାଥ ଆଶ୍ରମ ପିଲାଙ୍କୁ ୫୦୦ କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ପ୍ରୀୟବ୍ରତ ଦାସ, ସତ୍ୟସୁମନ ରାଉତରାୟ, ଅଭିନବ ବେହେରା, ରାହୁଲ ପ୍ରାମାଲିକ, ପ୍ରଦୀପ ଦାସ, ପ୍ରଭାତ ସାହୁ, ସତ୍ୟଜିତ ସାହୁ ଓ କମଲ ଦତ୍ତ ପ୍ରମୁଖ ସକ୍ରିୟ ସହଯୋଗ ପ୍ରଦାନ କରି ଅସହାୟମାନଙ୍କୁ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କରିଥିଲେ । ଆଗାମୀ ଦିନରେ ସଂଗଠନ ପକ୍ଷରୁ ଏମିତି ଅନେକ ଜନହିତ କାର୍ଯ୍ୟ କରାଯିବ ନେଇ ଶ୍ରୀ ଦାସ ସୁଚନା ଦେଇଛନ୍ତି ।