ସୋରଡା ୮ ୱାର୍ଡ : ଅର୍ଥ ମଞ୍ଜୁର ହେଲେ ମଧ୍ୟ ହୋଇ ପାରୁନି ଅଙ୍ଗନା ବାଡି କେନ୍ଦ୍ର

ସୋରଡା(ସମୃଦ୍ଧଓଡିଶା)ସୋରଡା ୮ ୱାର୍ଡ ପାଇଁ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଏତେ ବୈମାତୃକ ମନୋଭାବ କାହିଁକି ? ଅର୍ଥ ମଞ୍ଜୁର ହୋଇ ପଡ଼ି ରହିଛି, ହୋଇ ପାରୁନି ଅଙ୍ଗନା ବାଡି କେନ୍ଦ୍ର I ସୋରଡା ଏନ ଏ ସି  ତରଫରୁ ବିକାଶର ଡିଣ୍ଡିମ ପିଟା ଯାଉଥିବା ବେଳେ ସହରର କେନ୍ଦ୍ରରେ ଥିବା ୮ ନମ୍ବର ୱାର୍ଡକୁ ଛାଡି ଅନ୍ୟସବୁ ୱାର୍ଡର କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପଛଘୁଞ୍ଚା ଦେଉ ନ ଥିବା ବେଳେ ୮ ନମ୍ବର ୱାର୍ଡ ପ୍ରତି ଏନ ଏ ସି ର ଅବହେଳା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ୧୧ ଟି ୱାର୍ଡ ଥିବା ବେଳେ ୯ ଟି ୱାର୍ଡ ରେ ଶାସକ ଦଳ ବିଜୟୀ ହୋଇଛନ୍ତି ।  ୮ ନମ୍ବର ୱାର୍ଡ ରେ ବିଜେପି ଓ ୯ ନମ୍ବର ୱାର୍ଡ ରେ କଂଗ୍ରେସ ବିଜୟୀ ହୋଇଛି। ୮ ନମ୍ବର ୱାର୍ଡ ରେ ବିଜେପି ବିଜୟୀ ହେବା ପରେ କ୍ରମାଗତ ଭାବେ ଏହି ୱାର୍ଡ ପ୍ରତି ଏନ ଏ ସି ର ଅବହେଳା ପ୍ରଦର୍ଶନ ଯୋଗୁଁ ଏଠିକାର କାଉନ୍ସିଲର ଅସନ୍ତୋଷ ପ୍ରକାଶ କରି ବାରମ୍ବାର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗ ପତ୍ର ଲେଖି ନିଜର ଦାବି ଉପସ୍ଥାପନ କରିଆସୁଛନ୍ତି। ଏପରିକି ପ୍ରଥମ ସାଧାରଣ ବୈଠକରେ ଏଥିପାଇଁ ବ୍ୟୟ ଅଟକଳ କରାଯାଇଥିବା ବେଳେ ସୋରଡାର ୧୧ ଟି ୱାର୍ଡ  ମଧ୍ୟ ରୁ ୦୮ ନମ୍ବର ୱାର୍ଡକୁ ବାଦ ଦେଇ ଅନ୍ୟ ସବୁଠି କାମ ହେଉଛି । ଏହି ୱାର୍ଡ ର ରାସ୍ତା ଅବସ୍ଥା ଶୋଚନୀୟ ଥିବା ବେଳେ ବାରମ୍ବାର ଦ୍ରୁଷ୍ଟି ଆକର୍ଷଣ କରିଲେ ମଧ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ୦୮ ନମ୍ବର ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର  ୦୯ ନମ୍ବର ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର ସହ ମିଶି ରହିଛି। ଏହି ୱାର୍ଡ ପାଇଁ ସ୍ଵତନ୍ତ୍ର ଅଙ୍ଗନବାଡି କେନ୍ଦ୍ର ର ନିର୍ମାଣ ପାଇଁ ଏଠିକାର କାଉନ୍ସିଲର ଦାବି କରିଥିଲେ। ଏହା ପରେ ଅର୍ଥ ମଧ୍ୟ ମଞ୍ଜୁର ହେଲା। ଏବଂ ଏନ ଏ ସି ପକ୍ଷ ରୁ ଜାଗା ଚିହ୍ନଟ କରାଯାଇ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲା। ହେଲେ ସମୟାନୁସାରେ ସବୁ କାଗଜପତ୍ର ରେ ସୀମିତ ହୋଇ ରହିଗଲା। ଗୋଟିଏ ଅଙ୍ଗନା ବାଡି କେନ୍ଦ୍ର ଗୃହ ରେ ଦୁଇଟି କେନ୍ଦ୍ର ର ପିଲା ବସିବା କଷ୍ଟ କର ବ୍ୟାପାର। ସ୍ଥାନୀୟ ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ର ପରିଶ୍ରାଗାର ମଧ୍ୟ ଏହି କେନ୍ଦ୍ର କୁ ଲାଗିରହିଥିବା ବେଳେ ଅନେକ ସମୟରେ ଦୁର୍ଗନ୍ଧ ଯୋଗୁଁ ରହିବା ସମ୍ଭବ ହେଉନି। କୁନି କୁନି ପିଲା ମାନଙ୍କୁ ଉନ୍ନତ ମାନର ପରିବେଶ ମିଳିବା କଷ୍ଟ ହେଉଛି। ବର୍ତମାନ ଥିବା ଗୃହ ରେ ଛାତ ରୁ ପାଣି ଗଳୁଛି। ପିଲାଙ୍କ ପାଇଁ ଗୋଟିଏ ପରିଶ୍ରଗାର ନାହିଂ। ଏହି କେନ୍ଦ୍ର ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ର ମଧ୍ୟ ବ୍ୟବସ୍ଥା ନାହିଂ। ଅଙ୍ଗନବାଡି କେନ୍ଦ୍ର ର ଆବଶ୍ୟକ କାଗଜପତ୍ର ରଖିବା ପାଇଁ ଜାଗା ଟିକେ ନାହିଂ। ପିଲାମାନେ ଖେଳବୁଲ କରିବା ପାଇଁ ଆବଶ୍ୟକ ପଡିଆ କିମ୍ବା ଜାଗା ଟିକେ ନାହିଂ। ଏହି ପରିସ୍ଥିତି ରେ ଗୋଟିଏ ଗୃହ ରେ କେତେ ସମୟ ଯାଏଁ କୁନି କୁନି ପିଲାମାନେ ରହିପାରିବେ ତାହା ଭାବିବା କଷ୍ଟ। ୦୮ ନମ୍ବର ୱାର୍ଡ ର ଅଙ୍ଗନାବାଡି କେନ୍ଦ୍ର ର ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେଲେ ମଧ୍ୟ ସୋରଡା ଏନ ଏ ସି କୁ ଏକ ବର୍ଷ ରୁ ଅଧିକ ସମୟ ଲାଗିଲାଣି ଏହି କେନ୍ଦ୍ର ର ନିର୍ମାଣ ପାଇଁ। ଏତିକି ସମୟ ମଧ୍ୟ ରେ  କୋଟି କୋଟି ଟଙ୍କା ର ପ୍ରକଳ୍ପ ନିର୍ମାଣ କରାଯାଇପାରୁଥିବା ବେଳେ ଗୋଟିଏ ଅଙ୍ଗନବାଡି କେଦ୍ର ନିର୍ମାଣ ହୋଇପାରୁନି। ଏହା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏହି ୱାର୍ଡ ର କାଉନସିଲର ରଜନୀ ମହାପାତ୍ର। ଏ ସମ୍ପର୍କରେ ପୁଣିଥରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଏହି ୱାର୍ଡ ର କାଉନ୍ସିଲର କହିଛନ୍ତି।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ