ସୋରଡା ବ୍ଲକରେ ଶିକ୍ଷକମାନଙ୍କ ପୋଷାକ ବ୍ୟବସାୟ ନେଇ ଅଭିଯୋଗ

ସୋରଡା(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ସୋରଡା ରେ ବର୍ତମାନ ଶିକ୍ଷକ ମାନେ ଶିକ୍ଷାଦାନ ବ୍ଯତୀତ ବାହ୍ୟ କାର୍ଯ୍ୟ ରେ ଲିପ୍ତ ଯୋଗୁଁ ଦିନ କୁ ଦିନ ଶିକ୍ଷା ବ୍ୟବସ୍ଥା ଭୁସୁଡିବାରେ ଲାଗିଛି। ଶିକ୍ଷକମାନଙ୍କୁ ସମାଜର ଆଦର୍ଶ ବୋଲି ଗ୍ରହଣ କରାଯିବା ସହ ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ଏକ ପ୍ରେରଣା ରୂପେ ଗ୍ରହଣ କରାଯାଏ । ଏବଂ ଏହାକୁ ନେଇ ଅନେକ ଉଦାହରଣ ରହିଛି, ଗୁରୁ ଦିବସ ପରି ପବିତ୍ର ଦିବସ ରେ ଏମାନକୁ ପୂଜା ମଧ୍ୟ କରାଯାଏ। ଏହି ପରି ବଳିଷ୍ଠ ଆଦର୍ଶ ଶିକ୍ଷକ ମାନଙ୍କ ପାଇଁ ରହିଥିଲେ ସୁଧା ଯଦି ଶିକ୍ଷକ ମାନେ ଏହି ଆଦର୍ଶ ରୁ ବିଚ୍ଯୁତ ହୋଇ ପୋଷାକ ବେପାର ପରି ବ୍ୟବସାୟ ରେ ନିଜକୁ ନିୟୋଜିତ କରିବେ ତେବେ ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସୁନିଶ୍ଚିତ। ଏହି ପରି ଏକ ଉଦାହରଣ ଦେଖିବାକୁ ମିଳିଛି ସୋରଡା ବ୍ଲକ ରେ ଯେଉଁଠି ଶିକ୍ଷକ ମାନେ ଶିକ୍ଷାଦାନ ବ୍ଯତୀତ ପୋଷାକ ବ୍ୟବସାୟ ରେ ନିଜକୁ ନିଯୋଜିତ କରିଥିବା ଏବେ ଅଭିଯୋଗ ହେଉଛି। ରାଜ୍ୟସରକାର ଛାତ୍ରଛାତ୍ରୀ ଙ୍କ ପାଇଁ ନୂତନ ପୋଷାକ ର ବ୍ୟବସ୍ଥା କରିଛନ୍ତି ଏବଂ ଏହା ସ୍ବାଧିନତା ଦିବସ ପୂର୍ବ ରୁ ବଣ୍ଟାଯିବାର ହେବାର ଲକ୍ଷ ରଖାଯାଇଛି। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ପାଇଁ ଦୁଇ ହଳ ପୋଷାକ ବାବଦ କୁ ବର୍ତମାନ ୬୦୦ ଟଙ୍କା ଦିଆଯାଇଥିବା ବେଳେ ସେଥିରୁ ୫୦୦ ଟଙ୍କା ରେ ପିଲାଙ୍କୁ ପୋଷାକ ଦିଆଯିବ ଆଉ ୧୦୦ ଟଙ୍କା ବଳକା ରଖାଯିବ। ଏହି ପୋଷାକ ପାଇଁ ଶିକ୍ଷକ ମାନେ ନିଜେ ଦାଇତ୍ବ ନେଇ ନିଜ ଅଞ୍ଚଳରେ ଥିବା ଦୋକାନ ରୁ ପୋଷାକ ଆଣିବା ସହ ଏହା ଜି ଏସ ଟି ବିଲ ମଧ୍ୟ ପ୍ରଦାନ କରିବେ। ଏହା କୁ ଏବେ କିଛି ଶିକ୍ଷକ ବ୍ୟବସାୟ ରୂପେ ଗ୍ରହଣ କରିଦେଇଛନ୍ତି। ଶିକ୍ଷାଦାନ ପରିବର୍ତେ ପ୍ରତି ବିଦ୍ଯାଳୟ କୁ ପୋଷାକ ଯୋଗାଣ ରେ ଏବେ ଏମାନେ ବ୍ୟସ୍ତ। ୧୮୦ ରୁ ୧୯୦ ଟଙ୍କା ମଧ୍ୟ ରେ ପୋଷାକ କିଣାଯାଉଛି ଏବଂ ୨୫୦ ଟଙ୍କା ରେ ବିଲ କରିଦିଆଯାଉଛି। ଉନ୍ନତ ମାନ ର ପୋଷାକ ମଧ୍ୟ ପିଲାଙ୍କୁ ମିଳୁନଥିବା ଏବେ ଅଭିଯୋଗ ହେଉଛି। ଦୁଇ ଚାରୋଟି ପିଲାଙ୍କୁ ଧରି ଫୋଟ ଉଠାହେଉଛି ଏବଂ ପୋଷାକ ବିତରଣ ର ଖବର କରିଦିଆଯିବ ସହ ଟଙ୍କା ମଧ୍ୟ ଉଠାହେଉଛି। ଏତିକି ରେ କାମ ସାରିଲା ପୁଣି ପୋଷାକ ମିଳିବା ବେଳେ ଅନେକ ଦିନ ବିତିଯାଉଛି। ଅନେକ ଜାଗାରେ ନିମ୍ନ ମାନର ପୋଷାକ ଯୋଗାଇଦିଆଯାଉଥିବା ଏବେ ଅଲୋଚନା ମଧ୍ୟ ହେଉଛି। ବର୍ତମାନ ୫୦୦ ଟଙ୍କା ଲେଖାଏଁ ଦିଆଯାଉଥିବା ବେଳେ ଆଗାମୀ ଦିନ ରେ ଗଙ୍ଗାଧର ମେହେର ଙ୍କ ନାମ ରେ ଯୋଜନା କରାଯାଇ ସେଥିରେ ପୁଣି ୪୦୦ ଟଙ୍କା ଦିଆଜୀବ ଯେଉଁଥିରେ ପିଲାଙ୍କ ପାଇଁ ବୁଟ, ଫୁଲ ପେଣ୍ଟ,ଗୋଟିଏ ଟୋପି ଓ ପରିଚୟ ପତ୍ର ପ୍ରଦାନ କରାଯିବ। ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରି ପୋଷାକ ପିନ୍ଧିବେ ଏବଂ ଇଂରାଜୀ ଓ ଓଡିଆ ମାଧ୍ୟମ ବିଦ୍ୟାଳୟ ରେ ପୋଷାକ କୁ ନେଇ କୌଣସି ଭିନ୍ନତା ରହିବା ନାହିଂ। ସୋରଡା ବ୍ଲକ ରେ ୨୦୦ ରୁ ଉର୍ଦ୍ଧ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ପ୍ରାୟ ୧୫୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତି। ଅଧାରୁ ଅଧିକ ବିଦ୍ୟାଳୟ ରେ ଏହି ଶିକ୍ଷକ ମାନେ ଏବେ ପୋଷାକ ଯୋଗାଇବାରେ ମାତିଛନ୍ତି। ଅର୍ଥାତ ଲକ୍ଷ ଲକ୍ଷ ଟଙ୍କାର ଲାଭ। ସୋରଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଫିସ ବର୍ତମାନ ଯାଏଁ କୌଣସି ପଦକ୍ଷେପ ନେଇପାରୁନି। ପୋଷାକ ବେପାର କିଏ କରୁଛି ସମସ୍ତେ ଜାଣିଛନ୍ତି ହେଲେ କେହି ମୁହଁ ଖୋଲୁନହନ୍ତି। ଏହାର ପଛରେ ଥିବା କାରଣ ହେଲା ରାଜନୈତିକ ସମ୍ପର୍କ। କିଛି ଶିକ୍ଷକ ନିଜ ଶିକ୍ଷାଦାନ ମଧ୍ୟ ରେ ଏଠାକାର ଜନପ୍ରତିନିଧି ଙ୍କ ସହ ଉନ୍ନତ ସମ୍ପର୍କ ସ୍ଥାପାନ କରି ଏହାର ଫାଇଦା ଉଠାଉଛନ୍ତି। ନେତାଙ୍କ ସହ ସମ୍ପର୍କ ଥିବା ଯୋଗୁଁ ଏମାନଙ୍କୁ କେହି ପଦଟିଏ ମଧ୍ୟ କହୁନାହାନ୍ତି, ସମସ୍ତଙ୍କୁ ବଦଳି ର ଭୟ ଘାରିଛି। ପରିଣାମ ଏୟା ଯେ ପୋଷାକ ବେପାର ରେ ନିଯୋଜିତ ଶିକ୍ଷକ ବିଦ୍ଯାଳୟ ଯିବା ର ଅଭ୍ଯାସ ଛାଡିଦେଲେଣି। ଏପରି ସ୍ଥିତି ରେ ସୋରଡା ର ଶିକ୍ଷା ବ୍ୟବସ୍ଥା କିପରି ଥିବା ତାହା ବେସ ଅନୁମେୟ। କିଛି ଦିନ ପୂର୍ବେ ଏଠାରେ ନୂଆ ଶିକ୍ଷାଧିକାରୀ ଯୋଗଦେଇଛନ୍ତି ହେଲେ ଏବେ ସେ ତାଲିମ ରେ ଯାଇଥିବା ବେଳେ ଏଠାକାର ଅଧିକାରୀ ଙ୍କ ପାଖରେ ଏହି ସବୁ ଦୁର୍ନୀତି କୁ ରୋକିବା ପାଇଁ କ୍ଷମତା ଥିବା ଜଣାପଡୁଣୀ। ଏପରି ସ୍ଥିତି ରେ ସୋରଡା ଶିକ୍ଷାବ୍ୟବସ୍ଥା କୁ କିଏ ସୁଧାରିବ ତାହା ଜିଲ୍ଲା ପ୍ରଶାସନ ହିଁ କହି ପାରିବ I

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ