ସୋରଡ଼ା ଓ ବଡଗଡ ସରକାରୀ ଡାକ୍ତରଖାନା ରେ ଶୁଖିଲା ଖାଦ୍ୟ, ମାସ୍କ ଓ ପାନୀୟ ଜଳ ବଣ୍ଟନ…

ସୋରଡ଼ା :”ମାନବ ସେବା ହିଁ ପ୍ରକୃତରେ ମାଧବ ସେବା “ଏହି ଆଦର୍ଶ ରେ ନିଜକୁ ଅନୁପ୍ରାଣିତ କରି ସୋରଡ଼ା ଅଞ୍ଚଳ ର ଏନ୍.ସୁନିଲ ଦୋରା ଆଜି ସୋରଡ଼ା ସରକାରୀ ଡାକ୍ତରଖାନା ଓ ବଡଗଡ ସରକାରୀ ଡାକ୍ତରଖାନା ରେ ରୋଗୀ ,ଗର୍ଭବତୀ ମହିଳା,ନର୍ସିଂ ହୋମ, ଆଶା କର୍ମୀ,ସୁରକ୍ଷା କର୍ମୀ ମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଓ ପାନୀୟ ଜଳ ବଣ୍ଟନ କରିଥିଲେ ।ଏହି କାର୍ଯ୍ୟ ରେ ଡାକ୍ତର ଅଜିତ ପାଣଗ୍ରାହୀ ଓ ଫାର୍ମାସିଷ୍ଟ ସୁନିଲ ସାମନ୍ତରାୟ ସହାୟତା କରିଥିଲେ ଏବଂ ସବୁ ବେଳେ ସୁନିଲ ଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରି ଆସୁଥିବା ସୁମନ୍ କୁମାର ରଣା, ଭେଙ୍କଟେଶ୍ ଜ୍ଞାନ ରାଉତ,ଅଭିଷେକ ,ପୁତ୍ନୁରୁ କୁମାର,ସଞ୍ଜୀବ,ଆକାଶ କୁମାର,ଲମ୍ବୋଦର ପାଣିଗ୍ରାହୀ ,ସତ୍ୟବ୍ରତ ଓ ନଲିନି ପାତ୍ର ଆଜି ବି ତାଙ୍କୁ ଏହି କାର୍ଯ୍ୟ ରେ ସହଯୋଗ ପ୍ରଦାନ କରିଥିଲେ। ସମାଜସେବା କୁ ସେ ନିଜ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ରୂପ ରେ ଗ୍ରହଣ କରିଛନ୍ତି ଓ ପରୋପକାର କୁ ନିଜର କର୍ତ୍ତବ୍ୟ ବୋଲି ସ୍ପଷ୍ଠି କରଣ କରିଛନ୍ତି।