ସେପଟେ ବିଶ୍ୱ ପରିବେଶ ଦିବସ ପାଳନ ବେଳେ ଏପଟେ ଗଛ କଟା ଚାଲିଛି

ବେଗୁନିଆ(ସମୃଦ୍ଧ ଓଡିଶା)ସେପଟେ ବିଶ୍ୱ ପରିବେଶ ଦିବସ ପାଳନ ହେଉଥିବା ବେଳେ ଏପଟେ ଏଠାରେ ବିନା ଦ୍ଵିଧାରେ ଗଛ କଟା ଚାଲିଛି । ବିଶ୍ୱ ପରିବେଶ ଦିବସ ପାଳନ ବେଳେ ଗଛ ନ କାଟିବା ପାଇଁ ସଚେତନ କରାଯାଉଥିବା ଓ ବହୁ ପରିମାଣରେ ଗଛ ଲଗାଇ ପରିବେଶକୁ ସୁରକ୍ଷା ରଖିବାକୁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ବେଗୁନିଆରେ ଏକ ପୁରୁଣା ଗଛକୁ କାଟିବାରୁ ଜଣେ ବ୍ୟକ୍ତିକୁ ପୋଲିସ ଉଠାଇ ନେଇଥିବା ଖବର ମିଳିଛି । ପ୍ରକାଶ ଯେ ସରକାରୀ ଜମିରେ ଥିବା ଶହେ ବର୍ଷର ପୁରୁଣା ମସ୍ତବଡ ଏକ ଫଳନ୍ତି ଆମ୍ବ ଗଛକୁ କରତ ଲଗାଇ ନିର୍ଭୟରେ କାଟି ଚାଲିଛନ୍ତି ଗୋଟିଏ ପରିବାର ଲୋକେ। ବାପ ପୁଅ ସମସ୍ତେ ମିଶି ଗଛଟିକୁ କାଟିଥିବା ଅଭିଯୋଗ ମିଳିଛି । ବେଗୁନିଆ ଥାନା ଅଧିନସ୍ଥ ସାମନ୍ତରାପୁର ଗ୍ରାମରେ ଏହି ଘଟଣାଟି ଘଟିଛି। ଏହା ବେଗୁନିଆ ଥାନାରେ ଅଭିଯୋଗ ହେବା ପରେ ଥାନା ବାବୁ ଘଟଣା ସ୍ଥଳକୁ ଗସ୍ତ କରି ଅନୁସନ୍ଧାନ କରିଥିବା ଓ ସେହି ଗାଁର ଗଣେଶ୍ୱର ବିଶ୍ୱାଳଙ୍କୁ ପୋଲିସ ଉଠାଇ ଆଣିଥିବା ଖବର ମିଳିଛି ।