ସେଣ୍ଟ୍ରାଲ ବ୍ୟାଙ୍କରେ ସ୍ୱାୟଂସହାୟକ ଗୋଷ୍ଠୀ, ବ୍ୟାଙ୍କ ଓ ଓଡିଶା ଜିବୀକା ମିଶନର ସମନ୍ନୟ ମେଳା….

ଜଳେଶ୍ୱର(ସମୃଦ୍ଧ ଓଡିଶା )ଆଜି ଜଳେଶ୍ବର ବ୍ଲକ ଅନ୍ତର୍ଗତ ସେଣ୍ଟ୍ରାଲ ବ୍ୟାଙ୍କ ପରିସରରେ ବ୍ୟାଙ୍କ କର୍ତ୍ତୃପକ୍ଷ, ଓଡିଶା ଜିବୀକା ମିଶନର ସହଯୋଗରେ ଏକ ସମନ୍ନୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ ଏଥିରେ ଯୋଗ ଦେଇ ବ୍ୟାଙ୍କ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜିବୀକା ମିଶନର କର୍ମକର୍ତ୍ତାମାନଙ୍କର ବିଭିନ୍ନ କାର୍ଯ୍ୟ ଫଳରେ ସାମାଜିକ ଅଗ୍ରଗତି ଘଟିଆସୁଥିବା ଏବଂ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ଗ୍ରାମ୍ୟ ମହିଳା ମାନଙ୍କର ବିକାଶ ଘଟି ଆସୁଥିବାରୁ ଏଥିପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ । ଖୁଲୁଡା ପଂଚାୟେତର ୧୫ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ୨୦ ଲକ୍ଷ ଋଣୁ ବିଭିନ୍ନ ବ୍ୟବସାୟ ନିମନ୍ତେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ବ୍ୟାଙ୍କ ପରିଚାଳକ ସତ୍ୟାନାରାୟଣ ବିଶ୍ୱାଳ, ବ୍ୟାଙ୍କ ବିମଳା ମହାନ୍ତି, ଜଳେଶ୍ୱର ବ୍ଲକ ସଂଯୋଜକ ଚନ୍ଦନ କୁମାର ନାଥ, ବ୍ୟାଙ୍କ କୃଷି ଅଧିକାରୀ ନିତ୍ୟପ୍ରଜ୍ଞ ନାୟକ, ବ୍ୟାଙ୍କ ସଂଯୋଜକ ସୁଭ୍ରଜିତ୍ ଆଚାର୍ଯ୍ୟ, କେସିଅର ରାଜେନ୍ଦ୍ର ପ୍ରସାଦ ଦାସ ଓ ପଂଚାନନ ପ୍ରଧନ, କର୍ମଚାରୀ ଅନୀଲ ଚାନ୍ଦ, ଏମ୍ବିକେ ରଂଜିତା ମହାନ୍ତି, ସିଆର୍ପି ନିୟତି ଦାସ, ଗୀତାରାଣୀ ଧଳ, ସୁମତି ଦାସ ଓ ଗୀତାଂଜଳି ଜେନାଙ୍କ ସହିତ ଏସ୍ଏସ୍ଜି ସଭାପତି ଓ ସଂପାଦିକା ମାନେ ଉପସ୍ଥିତ ଥିବା ବେଳେ ବିଡିଓ ବ୍ୟାଙ୍କ କରିଚାଳକ ଏହି ଅର୍ଥ କିପରି ସାମୁହିକ କାର୍ଯ୍ୟରେ ବ୍ୟବହୃତ ହୋଇ ଅଧିକ ଲାଭ ମିଳିପାରିବ ସେ ସଂପର୍କରେ କହିଥିଲେ । ରିପୋର୍ଟ : ଭୂପତି କୁମାର ପରିଡା