ସୃଜନି ତରଫରୁ ରଜ ପର୍ବ ପାଳନ ନେଇ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଅଗ୍ରଣୀ ମହିଳା ଅନୁଷ୍ଠାନ ସୃଜନୀ ପକ୍ଷରୁ ୧୪ ଜୁନ ସନ୍ଧ୍ୟାରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ରଜ ପର୍ବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ହିଲପାଟଣାସ୍ଥିତ ମହାନ୍ ସଙ୍ଘ କାର୍ଯ୍ୟାଳୟରେ ସୃଜନୀର ସଭାନେତ୍ରୀ ଶ୍ରୀମତି ବନ୍ଦିତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରଜପର୍ବକୁ କିପରି ଆଡମ୍ବର ସହକାରେ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା । ୧୨ ତାରିଖରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଗଞ୍ଜାମ କଲାପରିଷଦରେ ଅନୁଷ୍ଠିତ ହେବ ଓ ୧୪ ତାରିଖରେ ମହିଳାମାନଙ୍କ ମଧ୍ୟରେ ଝୋଟି, ପାରମ୍ପରିକ ପିଠା ପ୍ରତିଯୋଗିତା, ସାଂସ୍କୃତିକ ବିଚିତ୍ର।, ପ୍ରତିଭା ସମ୍ମାନ, ସ୍ଵୟଂସହ୍ୟକ। ଗୋଷ୍ଟିଙ୍କ ମଧ୍ୟରେ ଆଲୋଚନା ଚକ୍ର ଇତ୍ୟାଦି ଅନୁଷ୍ଠିତ ହେବ। ଏହି କାର୍ଯ୍ୟ କ୍ରମରେ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ, ସମାଜସେବୀ ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ସମାଜ ସେବୀ ଶ୍ରୀ ସୁଶାନ୍ତ କୁମାର ସାବତ, କର୍ନେଲ ଅଶୋକ ତ୍ରିପାଠୀ, ସୁଦିପ ସାହୁ, ଶ୍ରୀମତୀ ସୀମା ଚୌଧୁରି, ଶ୍ରୀମତି ପ୍ରାଚୀ ପ୍ରଚିତା ଜେନାଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ।

ରିପୋର୍ଟ : ସୁଶାନ୍ତ ସାବତ