ସୃଜନଶୀଳ ସାସ୍କୃତିକ ଅନୁଷ୍ଠାନ “ଅନ୍ୟଦୃଷ୍ଟି” ପକ୍ଷରୁ ଶିଶୁ କିଶୋର ନାଟ୍ୟ ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଧୁନା ସମାଜରେ ନୈତି-ନୈତିକତା, ଆଦର୍ଶ ମୂଲ୍ୟବୋଧ, ରୁଚି, ସସ୍କୃତି ପ୍ରତି ଉଦାସୀନତା, ସ୍ୱାର୍ଥପରତା, ଭୋଗବାଦୀ ସସ୍କୃତି ପ୍ରତି ଛାତ୍ରଛାତ୍ରୀଙ୍କ ମାନବୀୟଗୁଣ ଆକର୍ଷଣ, ସୁକୁମାର ପ୍ରବୃତିଗୁଡିକୁ ସୃଜନଶୀଳ ମାନବିକତାକୁ ଧ୍ୱଂସ କରୁଛି ତେଣୁ ନାଟକ ମାଧ୍ୟମରେ ଉନ୍ନତ ନୀତି, ନୈତିକତା, ଆଦର୍ଶ ମୂଲ୍ୟବୋଧ, ସାମାଜିକ ଦାଇତ୍ୱବୋଧ ସପନ୍ନ ମଣିଷ ରୂପେ ଗଢି ତୋଳିବାକୁ ଏକ ସୃଜନଶୀଳ ସାସ୍କୃତିକ ଅନୁଷ୍ଠାନ “ଅନ୍ୟଦୃଷ୍ଟି” ଏଗାର ବର୍ଷ ଧରି ଶିଶୁ କିଶୋର ନାଟ୍ୟ ଉତ୍ସବ ଅନୁଷ୍ଠିତ କରିଆସୁଛି । ଏହି ଧାରାବାହିକ ଗତକାଲି ତଥା ୨୦.୧୦.୨୦୧୯ (ରବିବାର) ଦିନ ବ୍ରହ୍ମପୁରର ପ୍ରକାଶମ୍ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତବର୍ଷର ପଥିକୃତ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଦୁଇ ଶତ ଜନ୍ମବାର୍ଷିକ ପାଇଁ ଏହା ସମର୍ପିତ ହୋଇଛି । ଏହି କର୍ଯ୍ୟକ୍ରମରେ ଗୋଳନ୍ଥରା, ଦୁର୍ବନ୍ଧ, ହିଞ୍ଜିଳିକାଟୁ, ଆସିକା ଓ ବ୍ରହ୍ମପୁରର ବିଭିନ୍ନ ଛାତ୍ରଛାତ୍ରୀ ନିଜର କଳା ପ୍ରଦର୍ଶନ କରିଥିଲେ । ଡାକ୍ତର ବିଧୁପ୍ରଭା ରଥ ଓ ଇ ମନୋଜ ଦଣ୍ଡପାଟ ମୁଖ୍ୟ ଅତିଥି ଓ ହର୍ଷପ୍ରସାଦ ଦାସ ଓ ପ୍ରକାଶ ଚନ୍ଦ୍ର ଶତପଥି ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ । ସଭାପତି ସାସ୍ୱତ ମିଶ୍ର ଓ ସମ୍ପାଦକ ସୋମନାଥ ବେହେରା ଏହି ଆୟୋଜନର ମଙ୍ଗ ଧରିଥିଲେ ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ

One thought on “ସୃଜନଶୀଳ ସାସ୍କୃତିକ ଅନୁଷ୍ଠାନ “ଅନ୍ୟଦୃଷ୍ଟି” ପକ୍ଷରୁ ଶିଶୁ କିଶୋର ନାଟ୍ୟ ଉତ୍ସବ ଅନୁଷ୍ଠିତ…

Comments are closed.