ସୁରୁଲା ଗାଁ ହେଲା ସାନିଟାଇଜ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱର ଅଂଚଳ ପଶ୍ଚିମବଂଗକୁ ଲାଗି ରହିଥିବାରୁ ବହୁ କରୋନା ରୋଗୀ ଚିହ୍ନଟ ହେବାରେ ଲାଗିଛି । ବାଣିଦା ଗ୍ରାମର ସୁରୁଲା ମୌଜାର ୫୨ବର୍ଷିଆ ଜଣେ ମହିଳାଙ୍କ କରୋନାରେ ମୃତ୍ୟୁ ହେବାପରେ ସେହି ଗ୍ରାମର ୧୧ଜଣଙ୍କ ନିକଟରେ କୋଭିଦ୍ ପଜେଟିଭ୍ ଚିହ୍ନଟ ହୋଇଥିଲା । ଫଳରେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଥିଲେ । ଆଜି ସିଆଇଟିୟୁର କେତେକ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଅଗ୍ନିସମ ସମବିଭାଗ ସହାୟତାରେ ଗ୍ରାମକୁ ସାନିଟାଇଜ୍ କରିଯାଇଛି । ଗାଁ କଲ୍ୟାଲ ସମିତି ଯୋଜନାରେ ଉକ୍ତ ମୌଜାକୁ ଆର୍ôଥକ ଅନୁଦାନ ଆସୁଥିଲେ ମଧ୍ୟ ୩/୪ ବର୍ଷ ଧରି ଖର୍ଚ୍ଚ ହେଉନଥିବା ଅଭିଯୋଗ ହୋଇଛି । ଜି.କେ.ଏସ୍‌ର ମୁଖ୍ୟ ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକଙ୍କୁ ଏହି ଟଙ୍କା ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ ଲାଗି ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ପଲ୍ଟୁ ଦାସ, ସମରେନ୍ଦ୍ର ଦାସ, ରବିନ୍ଦ୍ର ଗିରି, ସଂଜୟ ମହାପାତ୍ର, ପ୍ରକାଶ ମହାନ୍ତି, ଆଶିଷ ମହାପାତ୍ର, ଆଶିଷ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସୁନୀଲ ମହାନ୍ତି, ସୂର୍ଯ୍ୟକାନ୍ତ ମହାନ୍ତି ପ୍ରମୁଖ ସାମିଲ ଥିଲେ ।