ସୁରଥ ଫେରନ୍ତା ଗରିବ ଶ୍ରମିକଙ୍କ ହୃଦଘାତରେ ମୃତ୍ୟୁ : ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ…

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପ୍ରସାଦ ବ୍ଲକ ଅନ୍ତର୍ଗତ ତାରସିଂ ଗ୍ରାମ ପଞ୍ଚାୟତର ବାରଦଣ୍ଡା ଗ୍ରାମର ସିସୁନାଥ ପ୍ରଧାନଙ୍କ ହଟାତ ହୃଦଘାତରେ ମୃତ୍ୟୁ ବରଣ ହୋଇଛି । ସେ ସୁରତରେ ଶ୍ରମିକ କାମ କରୁଥିଲେ ଓ କିଛି ଦିନ ହେଲା ଗ୍ରାମକୁ ଫେରିଥିଲେ । ଜଣେ ଅସହାୟ ପରିବାରରେ ସତେ ଯେମିତି ଦୁଃଖର ପାହାଡ଼ ଛିଡି ପଡିଛି । ଅସହାୟ ପରିବାରର ଦୁଃଖ କହିଲେ ନସରେ । ପରିବାର କହିଲେ ୪ଜଣ ସଦସ୍ୟ, ସେ ଭିତରେ ରହୁଥିଲେ ସ୍ଵାମୀ, ସ୍ତ୍ରୀ ଓ ଦେଢ଼ ବର୍ଷର ପୁଅ, ୬ବର୍ଷର ଝିଅ । ଆଜକୁ ୭ଦିନ ହେଲା ସିସୁନାଥ ପ୍ରଧାନଙ୍କର ଅଚାନାକ ହୃଦଘାତରେ ମୃତୁ ହୋଇ ଗଲା, ଗରିବ ପରିବାରର ଦୁଃଖ କହିଲେ ନସରେ, ନା ଅଛି ଖାଇବା ପାଇଁ ନା ଅଛି ଶୁଦ୍ଧି କ୍ରିୟା ପାଈଁ ଅର୍ଥ । ମୃତ୍ୟୁ ସିସୁନାଥ ହିଁ ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ଜମି ବାଡ଼ିରୁ ଭି ଆଦାୟ ନାହିଁ । ଯଦି କେହି ସହୃଦୟ ବ୍ୟକ୍ତି କିଛି ସାହାଯ୍ୟ କିମ୍ବା ସହଯୋଗ କରନ୍ତେ, ତାହାହେଲେ ଏହି ଅସହାୟ ପରିବାରର ଦୁଃଖ କିଛି ପରିମାଣରେ ଦୂରହୋଇ ପାରନ୍ତା । ମୃତ୍ୟୁ ସିସୁନାଥଙ୍କ ବିଧବା ପତ୍ନୀ ରଶ୍ମିତା ପ୍ରଧାନଙ୍କୁ ବଦାନ୍ୟ ବ୍ୟକ୍ତିମାନେ ୯୫୧୦୯୦୭୫୦୪ / ୮୬୫୮୭୪୪୫୩୪ ଫୋନ ନମ୍ବରରେ ଯୋଗାଯୋଗ କରିବା ସହ Ifsc code-SBIN0000038, A/C-୩୫୮୮୩୧୧୩୬୫୬ ଆକାଉଣ୍ଟ ନମ୍ବରରେ ଆର୍ଥିକ ସାହାଯ୍ୟ କଲେ ଓ ସରକାରୀ ସାହାଯ୍ୟ ଯୋଗେଇ ଦେଲେ, ଗରିବ ପରିବାରର ବହୁ ଉପକାରରେ ଆସିବ ବୋଲି ପରିବାର ତରଫରୁ ନିବେଦନ କରାଯାଇଥିବା ଜଣାଯାଇଛି ।

ରିପୋର୍ଟ – ନିଲୁ ବିଷୋୟୀ