ସୁଭାଷ ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱରେ ଜଣେ ରହସ୍ୟମୟ ନେତା, ନିରବ ସାଧକ, ଭାବନାର ଚିନ୍ତାକଳ୍ପ ଓ ସତ୍ତା ପରିପ୍ରକାଶର ପ୍ରତୀକ ନେତାଜୀ ସୁଭାଷ ବୋଷଙ୍କ ଆଜି ୧୨୫ତମ ଜନ୍ମ ଜୟନ୍ତୀ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଯାଇଛି । ରାଜ୍ୟସ୍ତରୀୟ ଗଠିତ କମିଟିର ଜଳେଶ୍ୱର ଶାଖା ପକ୍ଷରୁ ଭଂଜଶ୍ରୀଭବନଠାରେ କୋଭିଡ ଗାଇଡଲାଇନ୍ ଅନୁସାରେ ଆୟୋଜିତ ଜନ୍ମଜୟନ୍ତୀ ସଭାରେ ଡ. ରମାକାନ୍ତ ଭଂଜ ସଭାପତିତ୍ୱ କରି ସ୍ୱାଗତ ଓ ସୂଚନା ପ୍ରଦାନ କରିଥିଲେ । ଜଳେଶ୍ୱରର ଆବାହକ ତଥା ଜିଲା କମିଟିର ସଭାପତି ଡ. ପ୍ରଫୁଲ୍ଲ କୁମାର ଦେ ନେତାଜୀଙ୍କ ସହସ୍ୟମୟ ଜୀବନୀ ପ୍ରକାଶ କରି କେନ୍ଦ୍ର ଓ ରାଜ୍ୟସ୍ତରୀୟ କମିଟି ୧୨୫ତମ ଜୟନ୍ତୀ ପାଳନ କରୁଥିବା ସମ୍ପର୍କରେ ସୂଚନା ଓ ଆସନ୍ତା ଦିନରେ ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକୁ ଯାଇ ଛାତ୍ରଛାତ୍ରୀଙ୍କୁ ନେତାଜୀଙ୍କ ଜୀବନାଦର୍ଶନ ସମ୍ପର୍କରେ ସୂଚନା ଦେବା ସମ୍ପର୍କରେ କହିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ, ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଜିତାରାମ ଦେ ଯୋଗ ଦେଇ ନେତାଜୀଙ୍କ ଦୁର୍ଯ୍ୟୟ ସାହସ, ଅଦମ୍ୟ ସାହସ, ଅଫୁରନ୍ତ କର୍ମଶକ୍ତି, ସୁ-ଶୃଙ୍ଖଳ କର୍ମରିତୀ, ନିରାଡାମ୍ବର ଜୀବନଶୈଳୀ, ଉତ୍ସର୍ଗୀକୃତ ଜୀବନ ଶୈଳୀ ଓ ଅନ୍ୟକୁ ଭଲ ପାଇବା ସହିତ ଦେଶ ପ୍ରେମର ପ୍ରକୃତ ନିର୍ଯ୍ୟାସ ସମ୍ପର୍କରେ ଦିକ୍ଷାନ୍ତ ଅଭିଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲିପ କୁମାର ଗିରି, ଶରତ କୁମାର ପରିଡା, ସୁଧିର କୁମାର କର, ବିଜୟ କାମିଳା, ସୁଦ୍ଧେଶ୍ୱର ପଣ୍ଡା, ମୂରଲୀ ପ୍ରଧାନ, ସୁଶାନ୍ତ ଦାସ, ଡ. ଅଜିତ୍ କୁମାର ମହାନ୍ତି, ଅବନୀ ଚାନ୍ଦ ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀ, ନେତାଜୀ, ଲାଲାଜୀ କହିଲେ ଜଣେ ଜଣେ ବ୍ୟକ୍ତି ବିଶେଷଙ୍କ ବୁଝାଏ । ଜଣେ ବେଣି ମାଧବ ଦାସ ଜାତୀୟ ଏକତାକୁ ଅଭିମନ୍ତ୍ରୀତ କରି ନେତାଜୀ ସୁଭାଷ ବୋଷ ସୃଷ୍ଟି କରିପାରିଥିଲେ । ପ୍ରତ୍ୟେକ ଶିକ୍ଷକ ଏହାକୁ ବୀଜମନ୍ତ୍ରଭାବେ ଗ୍ରହଣ କରି ସେମାନଙ୍କ ଜୀବର୍ଦ୍ଦଶାରେ ଜଣେ ଛାତ୍ର ସୃଷ୍ଟି କରିବା ଉଚିତ ବୋଲି କହିଥିଲେ । ଆସନ୍ତା ଦିନରେ ଏହି କମିଟି ପକ୍ଷରୁ ଜଳେଶ୍ୱର ଏକ ପ୍ରତୀମୂର୍ତ୍ତି ନିର୍ମାଣ ସଂପର୍କରେ ସୂଚନା ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା