ସୁବର୍ଣ୍ଣରେଖା ନଦୀ ବନ୍ଧର ସୁଦୃଢୀକରଣ ପାଇଁ ୭୫ କୋଟି ୧୧ ଲକ୍ଷ ୩୬୯ ହଜାର ଟଙ୍କା ଅନୁଦାନର ଭିତ୍ତପ୍ରସ୍ତର ସ୍ଥାପନ କଲେ ଜଳେଶ୍ଵର ବିଧାୟକ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଗୁରୁଦାସପୁର ଠାରୁ ଶିଖରପୁର ନଦୀ ବନ୍ଦର ସୁଦୃଢୀକରଣ ନିମନ୍ତେ ଜଳେଶ୍ଵର ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ କରକମଳରେ  ୭୫ କୋଟି ୧୧ ଲକ୍ଷ ୩୬୯ ହଜାର ଟଙ୍କା ଅନୁଦାନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ଯାଇଅଛି । ଏହାଦ୍ୱାରା ଜଳେଶ୍ଵର ମୁନିସିପାଲଟିର ୧, ୩, ୪, ୭, ୮ ୱାର୍ଡ଼ ଗୁଡିକ ବିଶେଷ ଭାବେ ବନ୍ୟା ଦାଉରୁ ରକ୍ଷା ପାଇବା ସହ ଜଳେଶ୍ଵର ସହରର ଦୃତ ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ବିଧାୟକ ଶ୍ରୀଯୁକ୍ତ କହିଛନ୍ତି । ଏହି ଅବସରରେ ରାଜ୍ୟ ପରିଷଦ ସଭ୍ୟ ପ୍ରତିପ ପ୍ରଧାନ, ନଗର ସଭାପତି ସୁରଜିତ୍ ଘୋଷ, ଯୁବ ସଭାପତି ଆନନ୍ଦ କର, ଛାତ୍ର ସଭାପତି ସୂରଜ ଚୌରାଶିଆ, ନଗର ଡିଜିଟାଲ ସମ୍ପାଦକ ସେଖ ହସିରୁଦ୍ଦିନ ବକ୍ସ, ଅବାସ ଅଲ୍ଲୀ, ସଞ୍ଜିବ ପାଳ, ଅବଦୁଲ ରହିମ, ଚିତ୍ତରଞ୍ଜନ ମହାନ୍ତି, ଅଜିତ ଖାଁ, ଅବଦୁଲ ହାକିମ, ବିଶ୍ଵଭୂଷଣ ଦାସ, ଦୀପୁ ସାମନ୍ତ, ଗୋବିନ୍ଦ ସାହୁଙ୍କ ସହିତ ବିଭିନ୍ନ ୱାର୍ଡରୁ ଆସିଥିବା ମହିଳା, ଯୁବ ଓ ଛାତ୍ର ଓ ସଂଖ୍ୟାଲଘୁ କର୍ମୀ ଆଦି ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା