ସୁବର୍ଣ୍ଣରେଖା ନଦୀର ଦକ୍ଷିଣ ପ୍ରହରାଜପୁର-ଗୋବରଘଟା ସେତୁ ଖୁବ୍‌ଶୀଘ୍ର : ଡିଜାଇନ୍ ଅନୁମୋଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଆଦିବାସୀ ଅଧ୍ୟୁସୀତ ଅଂଚଳରୁ ଜଳେଶ୍ୱରକୁ ଯାତାୟାତ ଏବଂ ପଶ୍ଚିମବଂଗର ପୂର୍ବ ମେଦନୀପୁର ଜିଲାରୁ ପଶ୍ଚିମ ମେଦିନୀପୁର ଜିଲାକୁ ଯାତାୟାତ ଲାଗି କୌଣସି ସୁବିଧା ନାହିଁ । ଜଳେଶ୍ୱର ବ୍ଳକର ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ଖୁଦିଆ ମାଝିସାହି, ଓଲମରା ଓ ମାକିଡିଆ ପଂଚାୟତର ଲୋକେ ନଦୀର ଗୋଟିଏ ପଟରୁ ଅନ୍ୟପକ୍ଷକୁ ଯିବାଲାଗି ବହୁ ହଇରାଣ ହରକତ ହେଉଥିବାରୁ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ଦକ୍ଷିଣପ୍ରହରାଜପୁର-ଗୋବରଘଟାର ସେତୁର ପରିକଳ୍ପନା କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ପୁର୍ତ୍ତବିଭାଗର ପ୍ରମୁଖ ସଚିବ ଘଟଣାସ୍ଥଳକୁ ବାରମ୍ବାର ଯାଇ ଅନୁଧ୍ୟାନ କରିଥିଲେ । ଏବେ ନିକଟରେ ଗତ ବିଧାନସଭା ଅଧିବେଶନରେ ବିଧାୟକଙ୍କ ପ୍ରଶ୍ନତ୍ତୋରରେ ଇସ୍ପାତ, ଖଣି ଓ ପୁତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ହାଇ ଲେଭେଲ ପୋଲ ନିର୍ମାଣ ଲାଗି ଡିଜାଇନ୍ ପ୍ରସ୍ତୁତ ହୋଇ ସାରିଛି । ଅତିଶୀଘ୍ର ସେତୁ ନିର୍ମାଣ ସଂପର୍କରେ ବ୍ୟୟବରାଦ ଓ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା