ସୁପର କେମିକାଲ ଇଥାନଲ ପ୍ଲାଣ୍ଟକୁ ସବୁଜ ସଙ୍କେତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଇଣ୍ଡଷ୍ଟ୍ରିଆଲ ହେବାକୁ ଯାଉଛି l ଏହି ପରିପ୍ରେକ୍ଷୀରେ ସୁପର କେମିକାଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି l ଏନେଇ ସର୍ଭେ ଓ ଆବଶ୍ୟକୀୟ ଅନୁସଙ୍ଗିତ କାଗଜ ପତ୍ର କାର୍ଯ୍ୟ ପ୍ରଥମ ପର୍ଯ୍ୟାୟ ସରିଛି l ତେବେ ସରକାରଙ୍କ ପକ୍ଷରୁ ଏହା ପ୍ରତିଷ୍ଠା ଲାଗି ଘୋଷଣା ପାଇଁ ବାକି ରହିଛି l ଉକ୍ତ ୨ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ମିଳିଥିବା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି l ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମାଖଣ୍ଡି ନିକଟ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କରେ ଉକ୍ତ ୨ ପ୍ଲାଣ୍ଟ ପ୍ରତିଷ୍ଠା ହେବ ବୋଲି ଜଣାପଡିଛି l ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ସହ ରୋଜଗାର ସୃଷ୍ଟି ହେବ ବୋଲି କୁହାଯାଇଛି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା