ସୁକମା ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ମହମବତୀ ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଛତିଶଗଡ ରାଜ୍ୟର ସୁକମାଠାରେ ମାଓବାଦିଙ୍କ ଦ୍ୱାରା ସହିଦ୍ ହୋଇଥିବା ଆମ ଦେଶର ବୀର ଜବାନ ମାନଙ୍କ ଉଦ୍ଦେଶ୍ୟରେ ହେଲ୍ପ ଫର ୟୁ ଫାଉଣ୍ଡେସନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହାର ସଭାପତି ମାନସ ରଂଜନ ଧଳ, ସଂପାଦକ ଶୁଭାଶିଷ ରାଉଳ, ପ୍ରଶାନ୍ତ ବେହେରା, ଗୋପିକୃଷ୍ଣ ପ୍ରଧାନ, ତପନ ଧଳ, ତନ୍ମୟ ଚନ୍ଦ, ସୁଶାନ୍ତ କରଣ, ରାମଚନ୍ଦ୍ର ଦତ୍ତ, ମହାପ୍ରସାଦ ପାତ୍ର, ନିବେଦିତା ଧଳ, ଦିପ୍ତିରାଣୀ ଧଳ, ସୁସ୍ମିତା ଧଳ, ହେମନ୍ତ ପାତ୍ର ପ୍ରମୁଖ ବହୁ ସଦସ୍ୟ ଏପରି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶରତ କୁମାର ପ୍ରଧାନ ଛମୌଜ ଜଗନ୍ନାଥ ମନ୍ଦିର ପରିସରରେ ଏଥିଲାଗି ଆୟୋଜିତ ସଭାରେ ଜବାନ୍ ମାନଙ୍କର କୃତିତ୍ୱ ଓ କର୍ତ୍ତବ୍ୟ ସର୍ମ୍ପରେ କହିଥିଲେ । ଶେଷରେ ବୀର ଜବାନ୍ ମାନଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।