ସିପିଏମ୍‌ର ବନ୍ୟାଞ୍ଚଳ ଗସ୍ତ : ଦୁର୍ଦ୍ଦସା ସଂପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ବନ୍ୟା ଓ ବର୍ଷା ଯୋଗୁଁ ଜଳେଶ୍ୱରର ବ୍ୟାପକ କ୍ଷତି ହୋଇଥିବାରୁ ଏହା ସହିତ କୋଭିଦ୍‌-୧୯ ଲାଗି ଚାଷୀକୂଳର ମେରୁଦଣ୍ଡ ଭାଂଗି ଯାଇଛି । ଚାଷୀମାନଙ୍କ ଦୂରବସ୍ଥା ଜଣିବାଲାଗି ସିପିଏମ୍‌ର ପ୍ରତିନିଧି ଦଳ ବ୍ଲକର ୧୪ଟି ପଂଚାୟତ ବୁଲି ଦେ୍‌ôଛନ୍ତି । ୩ହଜର ହେକ୍ଟର ଚାଷଜମି ଓ ୮ଟି ପଂଚାୟତରେ ହୋଇଥିବା ପରିବାଚାଷର ବ୍ୟପକ କ୍ଷତି ଘଟିଛି । କେତେକଙ୍କ ଘର ଉଣା ଅଧିକେ ଭାଂଗି ଥିବାରୁ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ଏବେବି ବହୁ ବ୍ୟକ୍ତିଙ୍କ ଠାରେ ସରକାରୀ ସହାୟତା ପହଞ୍ଚି ପାରିନାହିଁ । ତେଣୁ ଧାନ ଓ ପରିବାଚାଷର କ୍ଷତି ଆକଳନ କରି ଭରଣା, ଘର ଭାଂଗିଥିବା ବ୍ୟକ୍ତିଙ୍କୁ ୫ଲକ୍ଷ ଟଙ୍କାର ସହାୟତା, ପାଣିନିଷ୍କାସନର ବ୍ୟବସ୍ଥା, ଅବିଳମ୍ବେ ଚାଷୀମାନଙ୍କୁ ବିହନ, ସାର, କୀଟନାସକ ଯୋଗାଇଦେବା, ପ୍ରତି ବ୍ୟକ୍ତିଙ୍କୁ ୭୫୦୦ଟଙ୍କା ୬ମାସ ପର୍ଯ୍ୟନ୍ତ ଦେବାଲାଗି ଦାବି କରିଛନ୍ତି । ସିପିଏମ୍ ପକ୍ଷରୁ ଦିଲ୍ଲିପ କୁମାର ଗିରି, ଜିତାଂଶୁ ନନ୍ଦୀ, ସିତାଂଶୁ ସେନାପତି, ଶିଶିର ହୁଇ, ରବିନ୍ଦ୍ର ପରିଡା, ଦିପ୍ତିମାନ ଆଚାର୍ଯ୍ୟ, ଜୀବନ ପରିଡା, ଭାଗବତ ପ୍ରଧାନ ପ୍ରମୁଖ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ।