ସିପିଆଇଏମ୍ ପକ୍ଷରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସିପିଆଇଏମ ପକ୍ଷରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କରିବା ଦାବି ନେଇ ସ୍ଥାନୀୟ କାମାପଲ୍ଲୀ ଛକରେ ଆଜି ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନା ମହାମାରୀ ସମୟରେ ଜନ ଜୀବନ ବିପର୍ଯ୍ୟୟ ହୋଇ ପଡିଥିବା ବେଳେ ବିଜୁଳି ଟିକସ ବୃଦ୍ଧି କରିବା ଲୋକଙ୍କୁ ଦାଉସାଧିଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ପ୍ରତିଦିନ ଅସ୍ୱାଭାବିକ ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦରବୃଦ୍ଧିରେ ଲୋକେ ସନ୍ତୁଳିତ ହୋଇ ଥିବାବେଳେ ପୁଣି ଅହେତୁକ ବିଜୁଳି ଟିକସ ବୃଦ୍ଧି ସମ୍ପୂର୍ଣ ଜନବିରୋଧୀ ଓ ଅଗଣତାନ୍ତ୍ରିକ ବୋଲି ଦଳ ତରଫରୁ ଦୃଢ ପ୍ରତିବାଦ କରାଯାଇଛି । ବଡ ବଡ ଘରୋଇ କମ୍ପାନୀ ଓ ସନ୍ଥ ମାନଙ୍କୁ ବିଜୁଳି ଶୁଳ୍କ ବାବଦକୁ ବକେୟା ଥିବା କୋଟି କୋଟି ଟଙ୍କା ଛାଡ କରାଯାଉଛି । ଅଥଚ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଅସହ୍ୟ ଟିକସ ବୃଦ୍ଧିକୁ ଦଳ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ସାଉଥକୋକୁ ଟାଟା କମ୍ପାନୀ ହାତରେ ସମର୍ପଣ କରି ଖାଉଟି ଶୋଷଣ ପ୍ରକ୍ରିୟାକୁ ଦୃଢ଼ୀଭୁତ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି । ବିଦ୍ୟୁତ ଭଲି ଏକ ଅତ୍ୟାବଶ୍ୟକୀୟ ସେବା ସନ୍ଥକୁ ଘରୋଇ କରଣ କରିବା ପାଈଁ କେନ୍ଦ୍ର ସରକାର ଭାରତୀୟ ବିଦ୍ୟୁତ ଆଇନ ୨୦୨୦ର ସଂଶୋଧନ କରାଯାଇଛି ବୋଲି ଦଳ ବିରୋଧ କରିଛି ।ତୁରନ୍ତ ସରକାର ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କରି ଘରୋଇ କରଣ ପ୍ରକ୍ରିୟାରୁ ନିବୃତ ରହିବାକୁ ଦାବି କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା