ସାରା ଦେଶରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି : ଲୋକେ ସରକାରଙ୍କ ପ୍ରତି ବିମୁଖ…

ନୂଆଁଦିଲ୍ଲୀ (ସମୃଦ୍ଧ ଓଡିଶା) ଦେଶର ସମସ୍ତ ରାଜ୍ୟରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହି ଧର୍ମଘଟ ତଥା ବନ୍ଦର ସଫଳତା ଲୋକେ ମୋଦି ସରକାର ପ୍ରତି ବିମୁଖର ପ୍ରମାଣ ପ୍ରତିପାଦନ କରୁଛି । ଦେଶରେ ମୋଦି ସରକାରଙ୍କ ଜନ ବିରୋଧୀ, ଶ୍ରମିକ, କୃଷକ ବିରୋଧୀ ନୀତିକୁ ବିରୋଧ କରି ବାର ଦଫା ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆଜି ଦିନିକିଆ ଧର୍ମଘଟର ଡାକରା ଦିଆଯାଇଥିଲା ଓ ଏହା ସମ୍ପୂର୍ଣ ସଫଳ ମଧ୍ୟ ହୋଇଛି। ଭାରତ ବନ୍ଦ ଡାକରାରେ ଗାଡି ଚଳାଚଳ ସ୍କୁଲ କଲେଜ ବନ୍ଦ ଆଦି ଦେଖିବାକୁ ମିଳିଥିଲା । କଂଗ୍ରେସ ସମର୍ଥନ ସହ ଟ୍ରେଡ ୟୁନିଅନ ଡାକରାରେ ବୁଧବାର ଭାରତ ବନ୍ଦ ପାଳନ ସଫଳ ହୋଇଛି । ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ରେଳରୋକ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରାଯାଇଥିଲା । ଦର ଦାମ ବୃଦ୍ଧି, ବେରୋଜଗାର ବୃଦ୍ଧି କାରଣର ପ୍ରତିବାଦ ସହିତ ଶ୍ରମିକଙ୍କୁ ସମାନ କାମକୁ ସମାନ ଦରମା, କୃଷକଙ୍କୁ ଋଣ ଛାଡ଼, ଧାନର ସହାୟକ ମୂଲ୍ୟ ବୃଦ୍ଧି, ଜେଏନୟୁରେ ଛାତ୍ରଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଥିଲା । ସବୁ ସରକାରୀ ଅଫିସ ବନ୍ଦ ରହିଥିଲା । ଅନ୍ୟପଟେ ସୁରକ୍ଷା ପାଇଁ ପ୍ରମୁଖ ସ୍ଥାନମାନଙ୍କ ରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଅନ୍ୟପଟେ ଟ୍ରେନ, ବସ, ଅଟୋ, ବନ୍ଦ ରହିଥିବା ଯୋଗୁଁ ଯାତାୟତ ନେଇ ଆସିଥିବା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।