ସାମ୍ବାଦିକ ପ୍ରଣବ ସାହୁଙ୍କ ବିୟୋଗରେ ଶୋକ ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ଯୋଦ୍ଧାଭାବେ ନିଜର କାର୍ଯ୍ୟ ସମ୍ପାଦନ କରି ଆସୁଥିବା ସାମ୍ବାଦିକ ପ୍ରଣବ ସାହୁଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁରେ ସମଗ୍ର ଉତ୍ତର ଓଡିଶାର ଶୋକର ଛାୟା ଖେଳି ଯାଇଛି । ଆଜି ଜଳେଶ୍ୱରର ବହୁ ସାମ୍ବାଦିକ ଏକତ୍ରୀତ ହୋଇ ଦିବଂଗତ ଆତ୍ମାର ସଦ୍‌ଗତି, ସ୍ମୃତିଚାରଣ ଓ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି । କେବଳ ଏତିକି ନୁହେଁ ମୁଖ୍ୟ ମନ୍ତ୍ରୀ ଘୋଷଣା କରିଥିବା ସହାୟତା ରାଶି ତାଙ୍କ ପରିବାରକୁ ଯୋଗାଇ ଦେବାକୁ ଦାବି କରାଯାଇଛି । ଜଳେଶ୍ୱରର ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ୱର୍ଗତ ସାହୁଙ୍କର କର୍ମ ନୈପୁଣ୍ୟତା ସାମାଜିକ ସ୍ତରରେ ସେବା, ବିଭିନ୍ନ ଅନୁଷ୍ଠାନ ସହିତ ସଂପୃକ୍ତ ରହି ଜନସେବା କରିବା ଇତ୍ୟାଦି ସଂପର୍କରେ ବରିଷ୍ଠ ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ, ରବିନାରାୟଣ ପାତ୍ର, ଅମର ଆଚାର୍ଯ୍ୟ, ଗୌରଗୋପାଳ ସେନ୍‌, ମନୋଜ ଭୂୟାଁ, ସତ୍ୟବ୍ରତ ସୋମ, ସଂଜୟ ଦାସ, ସେକ୍ ଅବଦୁଲ ରହିମ୍‌, ଦିଲ୍ଲିପ ଦାସ, ଭୂପତି ପରିଡା, ଦୀନବଂଧୁ ପ୍ରଧାନ, ରାଜେଶ ପ୍ରଧାନ, ପ୍ରଦୀପ ଜେନା, ଚନ୍ଦନ ଜେନା ପ୍ରମୁଖ ଉପସ୍ଥିତ ରହି ଅତୀତର ସ୍ମୃତି ବର୍ଣ୍ଣନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜ୍ଞାପନ କରିଥିଲେ । ସ୍ୱର୍ଗତ ସାହୁ, ଗଂଜାମ ଜିଲାର ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ, ଗଜପତି ଜିଲାର ସାମ୍ବାଦିକ କେସିଏଚ୍ ରତ୍‌ନମ୍‌ଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା