ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ନିକଟରେ ରବିବାର ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ସେ OR02CO9402 ସ୍କୁଟି ଯୋଗେ ଖୋର୍ଦ୍ଧାରୁ ଭୁବନେଶ୍ୱର ଫେରୁଥିଲେ । ପଛରୁ ଏକ ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ସଂଧ୍ୟା ୭ଟାରୁ ୮ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ତୁରନ୍ତ ଏମ୍ସ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ଓଡିଶାର ସାମ୍ବାଦିକ ଜଗତ ଶୋକାତୁର ହୋଇପଡିଛି ।