ସାମ୍ବାଦିକ ଗରୁଡ ଧ୍ଵଜ ଚୌଧୁରୀଙ୍କ ପିତୃ ବିୟୋଗ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବରିଷ୍ଠ ସାମ୍ବାଦିକ ତଥା ଗଜପତି ଜିଲ୍ଲା ସମୟର ଜିଲ୍ଲା ପ୍ରତିନିଧି ଗରୁଡ ଧ୍ଵଜ ଚୌଧୁରୀଙ୍କ ପିତା ବ୍ରହ୍ମପୁର ଗୋଷାଣୀନୂଆଗାଁ ନିବାସୀ ଦାଶରଥି ଚୌଧୁରୀ (୯୪)ଙ୍କ ଆଜି ବ୍ରହ୍ମପୁର ସ୍ଥିତ ଏମ୍ କେସିଜି ମେଡ଼ିକାଲରେ ବିୟୋଗ ହୋଇଯାଇଛି l କିଛି ଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସତ ଥିଲେ l ବ୍ରହ୍ମପୁର ନୀଳକଣ୍ଠସ୍ୱର ଶ୍ମଶାନରେ ଶବ ସତ୍କାର କରାଯାଇଥିଲା l ମୃତ୍ୟୁ ବେଳେ ତାଙ୍କ ନିକଟରେ ଜ୍ୟେଷ୍ଠ ପୁତ୍ର ଗରୁଡ ଧ୍ଵଜ ଚୌଧୁରୀ ସମେତ ଅନ୍ୟ ୩ ଭାଇ ଲିଙ୍ଗରାଜ, ଅରୁଣ, ବରୁଣ, ବହୁ ସନ୍ଧ୍ୟାରାଣୀ, ଗୀତା, ପ୍ରସନା ଭଉଣୀ ବିଜୟ ଲକ୍ଷ୍ମୀ, ରାଜଲକ୍ଷ୍ମୀ, ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ : କୃଷ୍ଣ କୁମାର ବେହେରା