ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ରାୟଗଡା ଏସପିଙ୍କୁ ଦାବିପତ୍ର ପ୍ରଦାନ।

ରାୟଗଡା(ତୁଷାର ରଞ୍ଜନ  ସାହୁ ) : ସାମ୍ବାଦିକମାନେ ସମସ୍ତଙ୍କ ସୁବିଧା ଅସୁବିଧାରେ ସାମିଲ ହେବେ ହେଲେ ସାମ୍ବାଦିକଙ୍କ ଉପରେ ମାଡ ଓ ଅତ୍ୟାଚାର ହେଲେ କେହି ଜଣେ ବି ଆହା ପଦେ କହିବାକୁ ନାହାନ୍ତି । ଯେତେବେଳେ ଜଣେ ସାମ୍ବାଦିକର ହାତ ହାଣି ଦିଆଗଲା, ଗୋଡେଇ ଗୋଡେଇ ସାମ୍ବାଦିକଙ୍କୁ ପିଟାଗଲା ସେତେବେଳେ କେହି ବି ଜଣେ ଆହାଃ କଲେ ନାହିଁ କିମ୍ବା କେବେବି ସାମ୍ବାଦିକଙ୍କ କଥା ଚିନ୍ତାକରନ୍ତି ନାହିଁ । ଏଥିପାଇଁ ନେତାମାନେ ଉତ୍ତମ ଯୋଗ୍ୟତା ସମ୍ପନ୍ନ ହେବା ଦରକାର ଯେହେତୁ ନେତା ସବୁବେଳେ ସାମ୍ବାଦିକଙ୍କ ଉପରେ ନିର୍ଭରଶୀଳ ହୁଏ କିନ୍ତୁ  ସାମ୍ବାଦିକମାନଙ୍କ ଉପରେ ଲଗାତର ଆକ୍ରମଣ ଘଟଣା ନିନ୍ଦନୀୟ ବୋଲି କିଛିନେତା କହୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ କିଛି ହେଉନାହିଁ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟର ନେତା ସେ ଅନ୍ତତଃ ଏଥିପ୍ରତି ଧ୍ୟାନଦେବା ନିହାତି ଆବଶ୍ୟକତା ରହିଛି ହେଲେ ସାମ୍ବାଦିକଙ୍କୁ ଆକ୍ରମଣ ହେଲେ  ସାମ୍ବାଦିକ ସଂଘାମାନେ ହିଁ  ବିକ୍ଷୋବ, ଶୋଭାଯାତ୍ରା, ରାଲି, ପ୍ରତିବାଦସଭା କରିବା ବ୍ୟତୀତ ସାମ୍ବାଦିକ ବାପୁଡ଼ାର ଆଉ ଅଧିକ କରିବା କଣ ବା କରିପାରିବ । ଏଭଳି ଘଟଣାକୁ ତୀବ୍ର ବିରୋଧ କରି ରାୟଗଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ସାମ୍ବାଦିକ ମାନଙ୍କୁ ଆକ୍ରମଣ ଓ ରାୟଗଡା ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦର ଆୟୋଜନ କରାଯାଇଥିଲା । ଗଣମାଧ୍ୟମରେ ଅଭିଯୋଗ ପ୍ରକାରେ ଜିଲ୍ଲାରେ ବହୁ ସାମ୍ବାଦିକଙ୍କୁ ଆଜି ଯାଏଁ ସାମ୍ବାଦିକ ବୀମା ପ୍ରଦାନ କରାଯାଇ ନାହିଁ । ରାୟଗଡା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ସମସ୍ତ ସାମ୍ବାଦିକଙ୍କୁ ସରକାରୀ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରାଯାଉନାହିଁ । ଗୋଟିଏ ୱାଟ୍ସ ଆପ ଗୃପରେ ସୂଚନା ଦିଆଯାଉଛି । କିନ୍ତୁ ସେ ଗୃପ ସରକାରୀ ଗୃପ ହୋଇଥିବା ଯୋଗୁଁ କୌଣସି ମତାମତ ରଖିଲେ ଗୃପରୁ ବହିଷ୍କାର କରି ଦିଆଯାଉଛି । ସେଥିପାଇଁ ଆଜିକୁ ୫ ଦିନ ହେଲାଣି ଏହି ସାମ୍ବାଦିକ ମାନେ ନିଜର ସୁରକ୍ଷା ଦାବୀ କରି କଲମ ଛାଡି ହାତରେ ବ୍ୟାନର ଓ ପୋଷ୍ଟର ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନକୁ ୟଙ୍ଗ ଓଡ଼ିଶାର କର୍ମକର୍ତ୍ତା ମାନେ ସହଯୋଗ କରିବା ସହ ଆଦିବାସୀ ଯୁବ ସମାଜର ପ୍ରତାପ ପୁଆଲା, ତାଙ୍କ ସହଯୋଗୀ ଏବଂ ପ୍ରଦେଶ କଂଗ୍ରେସ ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଆନ୍ଦୋଳନରେ ସାମିଲ ହୋଇ ରାଜ୍ୟ ଓ ଜିଲ୍ଲାରେ ସାମ୍ବାଦିକଙ୍କ ପ୍ରତି ଆକ୍ରମଣ ଓ ରାୟଗଡା ଜିଲ୍ଲା ପ୍ରଶାସନର ସାମ୍ବାଦିକଙ୍କ ପ୍ରତି ଅଣଦେଖାକୁ ସେ ନିନ୍ଦା କରିଥିଲେ ।