ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇବା ନିମନ୍ତେ ଅନ୍ତର୍ଜାତୀୟ ମାନବ ଅଧିକାରୀ ପରିଷଦ ପକ୍ଷରୁ ଦାବୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଅନ୍ତର୍ଜାତୀୟ ମାନବ ଅଧିକାରୀ ପରିଷଦ ପକ୍ଷରୁ ସାମ୍ବାଦିକମାନଙ୍କ ସୁରକ୍ଷା ଯୋଗାଇବା ନିମନ୍ତେ ଦାବୀ କରି ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଦେଶରେ ଗଣମାଧ୍ୟମକୁ ଚତୁର୍ଥସ୍ତମ କୁହାଯାଉଥିବା ବେଳେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଉଛି । ତେଣୁ ସାମ୍ବାଦିକମାନଙ୍କ ସୁରକ୍ଷା ଯୋଗାଇ ଦେବା ଦାବି ନେଇ ଗତ ଗୁରୁବାର ଦିନ ଅନ୍ତର୍ଜାତୀୟ ମାନବ ଅଧିକାରୀ ପରିଷଦ ପକ୍ଷରୁ ଏକ ଟିମ ରାଜ୍ୟ ସଭାନେତ୍ରୀ ସସ୍ମିତା ଦାସଙ୍କ ନେତୃତ୍ୱରେ ଛତ୍ରପୁର ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ କି କିଛି ଦିନ ତଳେ କୁକୁଡାଖଣ୍ଡି ପଞ୍ଚାୟତରେ କୁକୁଡାଖଣ୍ଡି ବ୍ଲକର ଏକ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ସଞ୍ଜୟ ମହାରଣା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ଖବର ପ୍ରକାଶିତ କରିଥିଲେ । ଏନେଇ ସେଠାକାର ସରପଞ୍ଚଙ୍କ ସମେତ କିଛି ଲୋକ ଚଳିତ ମାସ ୪ ତାରିଖରେ ସଞ୍ଜୟ ମହାରଣା ଘର ନିକଟକୁ ଯାଇ ଦୁର୍ବ୍ୟବହାର କରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରି ସଞ୍ଜୟଙ୍କ ସ୍ତ୍ରୀକୁ ମଧ୍ୟ ଖରାପ ବ୍ୟବହାର କରିଥିଲେ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଏହାସହ ସଞ୍ଜୟଙ୍କ ପକ୍ଷରୁ ଏନେଇ ବ୍ରହ୍ମପୁର ସଦର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କୁହାଯାଇଛି । ତୁରନ୍ତ ସେମାନଙ୍କୁ ଗିରଫ କରିବା ସହ ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବାକୁ ଦାବୀ କରାଯାଇଛି । ଏହାସହ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ଏ ସମ୍ପର୍କରେ ଏସପିଙ୍କୁ ମଧ୍ୟ ସାକ୍ଷାତ କରିବି ବୋଲି ସଞ୍ଜୟ କହିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା