ସାମାନ୍ୟ ବର୍ଷାରେ ରାସ୍ତା ବେହାଲ୍…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଳକର ଗଡଗୋବିନ୍ଦପୁର ଗ୍ରାମକୁ ନୁଆପଡା ସଂଯୋଗ କରୁଥିବା ରାସ୍ତାଟି ସାମାନ୍ୟ ବର୍ଷା ହେଲେ ଦୁଇ ଚକିଆ ଯାନ କି ସାଇକେଲରେ ଯିବାତ ଅଲଗା କଥା ଚାଲିକି ବି ଯାଇ ହେବାରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଟି ଗୋଟିଏ ଗ୍ରାମର ଲୋକ ନୁହନ୍ତି ପାଖାପାଖି ୨୦ରୁ  ୩୦ଖଣ୍ଡ ଗାଁ ଲୋକଙ୍କ ନିଶ୍ଵାସ ଦ୍ଵାର ପାଲଟିଛି । କାରଣ ଗ୍ରାମରେ HP ଗ୍ୟାସ୍ ପଏଣ୍ଟ ଥିବାରୁ ପ୍ରତ୍ୟେକ ଦିନ ଶହ ଶହ ଲୋକ ଯିବା ଆସିବା କରନ୍ତି । ଏହାବ୍ୟତୀତ ଏ ଅଞ୍ଚଳର ପିଲାମାନେ କଲେଜ ଟିଉସନ ଏବଂ ବ୍ୟାଙ୍କ ପାଇଁ ନୁଆପଡା ଉପରେ ହିଁ ନିର୍ଭରଶୀଳ ହୋଇଥିବାରୁ ଏ ରାସ୍ତାଟି ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଦିଗପହଣ୍ଡି ବ୍ଳକକୁ ଯିବା ଆସିବା କରିବାପାଇଁ ଏହି ରାସ୍ତା ହିଁ ଏକମାତ୍ର ବିକଳ୍ପ । କିନ୍ତୁ ଏହି ରାସ୍ତାଟି ସାମାନ୍ୟ ବର୍ଷାରେ ଏତେ କଦର୍ଯ୍ୟ ହେଇଯାଉଛି ଯେ ଲୋକମାନେ ନିଜକୁ ନିରାପଦ ମଣୁ ନାହାନ୍ତି । ତୁରନ୍ତ ଏହି ରାସ୍ତାକୁ ପ୍ରଶସ୍ତ କରି ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଜନସାଧାରଣ ତିବ୍ର ଦାବି ହେଉଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା