ସାମନ୍ତରାପୁରରେ ବିିଜେଡି ସୋସିଆଲମିଡ଼ିଆ ସେଲର ନବନିଯୁକ୍ତ ବ୍ଲକ ଓ ଏନଏସି ଡିଜିଟାଲ ସେକ୍ରେଟାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଶନିବାର ଦିନ ଦିଗପହଣ୍ଡି ବ୍ଲକ ଅଧିନସ୍ଥ କୁଶପଡା ପଞ୍ଚାୟତର କେ.ସାମନ୍ତରାପୁର ଗାଁରେ ବିଜେଡ଼ି ସୋସିଆଲ ମିଡ଼ିଆ ସେଲର ନବନିଯୁକ୍ତ ଦିଗପହଣ୍ଡି ବ୍ଲକ ଓ ଏନଏସିର ଡିଜିଟାଲ ସେକ୍ରେଟାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦିଗପହଣ୍ଡି ବ୍ଲକ ଡିଜିଟାଲ ସେକ୍ରେଟାରୀ ବିପ୍ଳବ ମିଶ୍ର, ଦିଗପହଣ୍ଡି ଏନଏସି ଡିଜିଟାଲ ସେକ୍ରେଟାରୀ କାହ୍ନୁ ଚରଣ ଦୋରା ଏବଂ ଶେରଗଡ଼ ବ୍ଲକ ଡିଜିଟାଲ ସେକ୍ରେଟାରୀ ବିପ୍ଳବ ସେଠିଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଏମ୍.ନିରଞ୍ଜନ ରେଡ୍ଡୀ, କୁଷପଡା ପଞ୍ଚାୟତର ଯୁବ ବିଜୁ ଜନତା ଦଳ ସଭାପତି ସମାଜସେବୀ ଏସ.ସନ୍ତୋଷ ଦୋରା, ଓଡ଼ିଶା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ସୁନିଲ୍ ଗୌଡ, ଅନିଲ ଦୋରା, ଛାତ୍ର ନେତା ଗଣେଶ ରେଡ୍ଡୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନବାଗତଙ୍କୁ ଫୁଲ ତୋଡା ଦେଇ ଉପଢୌକନ ଦେଇ ମିଷ୍ଠାନ ଖୁଆଇ ପରସ୍ପରକୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧିରେଣ୍ ରଣା, ଗୌରୀ ଶଙ୍କର ତ୍ରିପାଠୀ, ଦୁର୍ଗା ପ୍ରଧାନ ଓ ଅନ୍ୟଦଳୀୟ କର୍ମୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କୋଭିଡ୧୯ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକଙ୍କୁ ତପ୍ତରତାର ସହ ତ୍ୱରିତ ସେବା ଯୋଗାଇ ଦିଆଯିବାର ସଫଳ ରୂପାୟନ କିଭଳି ପହଞ୍ଚିବ ସେଥିନେଇ ଆଲୋଚନା ହୋଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା