ସାନଖେମୁଣ୍ଡିରେ ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ସାନଖେମୁଣ୍ଡି ବ୍ଲକ ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ପାଟପୁର ଗାନ୍ଧୀ ଛକ ସ୍ଥିତ ମହତ୍ମା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସ୍ତଳଠାରେ ବ୍ଲକ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ଗ୍ରହଣରେ ଶ୍ରୀମତୀ ନନ୍ଦିନୀ ଦେବୀ ନିଜ ସ୍ଵହସ୍ତରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଗାନ୍ଧୀଜୀଙ୍କ ଭାବଧାରା ସହିତ ଅନୁପ୍ରାଣିତ ରହିବାକୁ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ । ବ୍ଲକ ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ଵାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ଵାଇଁ, ରାଜ୍ୟ କାର୍ଡ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ଵାଇଁ, ଜିଲ୍ଳା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ଵାଇଁ, ବ୍ଲକ ବିଜେଡି ସଭାପତି ଧୋବା ସ୍ଵାଇଁ, ବ୍ଲକ ଯୁବ ବିଜେଡ଼ିର ସନ୍ତୋଷ ବିଶୋୟୀ, ଛାତ୍ର ବିଜେଡ଼ିର କାଳୁ ନାୟକ ପ୍ରମୂଖଙ୍କ ସହିତ କରୋନା ସଚେତନର ବାର୍ତ୍ତା ପ୍ରଚାର କରିବା ସହିତ ସାମୁହିକ ଭାବରେ ସାଧାରଣରେ ମାସ୍କ ବଣ୍ଟନ କରିଥିଲେ । କରୋନା ପ୍ରତିଶେଧକ ବ୍ୟବସ୍ଥାରେ ଅନୁଷ୍ଟିତ ଏହି ପାଳନ ଉତ୍ସବରେ ସମସ୍ତ ଦଳୀୟ ପ୍ରତିନିଧି ଯୋଗ ଦେଇଥିଲା ବେଳେ ସ୍ତାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସମସ୍ତ ପ୍ରତିନିଧି, କର୍ମୀ ଓ କାର୍ଯ୍ୟକର୍ତ୍ତା ଆଗାମୀ କାଯ୍ୟକ୍ରମ ସମ୍ପର୍କରେ ରୂପରେଖ ଚୂଡ଼ାନ୍ତ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା