ସାକ୍ଷୀଗୋପାଳ ମନ୍ଦିରରେ ଚୋର ମାଳମାଳ : ପୋଲିସ ସକ୍ରିୟ

ସାକ୍ଷୀଗୋପାଳ(ସମୃଦ୍ଧଓଡିଶା)ସାକ୍ଷୀଗୋପାଳ ମନ୍ଦିରରୁ ଶନିବାର ବିଳମ୍ବିତ ରାତ୍ରିରେ ଏକ ସିରିଜି ଚୋରି ହୋଇଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତକୁ ସତ୍ୟବାଦୀ ପୋଲିସି ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ସତ୍ୟବାଦୀ ଥାନାରେ ୪୨୮/୨୩ ରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ କିଛି ଦୁର୍ବୁର୍ତ୍ତ ସାକ୍ଷୀଗୋପାଳ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଦେବଙ୍କ ମନ୍ଦିର ତାଲା ଭାଙ୍ଗି ମନ୍ଦିର ପରିସରରେ ଥିବା ହୁଣ୍ଡି ରୁ ଠାକୁରଙ୍କର ସୁନା ଅଳଙ୍କାର ପାଉଜି, କୁଣ୍ଡଳ, କିରିଟି,ବେକ ହାର ସହିତ ଟଙ୍କା ପଇସା ଚୋରି କରି ନେଇଯାଇଥିଲେ ।ସେହିଭଳି ମୁଖ୍ୟ ମନ୍ଦିର ପରିସରରେ ତମାଳ ଗଛ ମୂଳେ ଥିବା ହୁଣ୍ଡୀ ତାଲା ଭାଙ୍ଗି ସମସ୍ତ  ଟଙ୍କା ପଇସା ଲୁଟି ନେଇଥିଲେ l ଏହା ବାଦ ମନ୍ଦିର ସୁପରଭାଇଜର ଅଫିସି ରୁ ତାଲା ଭାଙ୍ଗି ଉକ୍ତ ରୁମୁରେ ଥିବା ସିସିଟିଭି କ୍ୟାମେରା ମନିଟର ଓ ଏକ ମାଇକିସାଉଣ୍ଡ ର ଅମପଲିଫାଇୟାର ଟିକୁ ନେଇଯାଇଥିଲେ । ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିଚୋରମାନେ ମନ୍ଦିର ମଧ୍ୟରେ ରାତ୍ର ଗୋଟାଏ ରୁ ତିନିଟା ମଧ୍ୟରେ ଚୋରି କରିଥିଲେ । ଓ ଏହି ଚୋରି ସମୟରେ ମଧ୍ୟ ଚୋରି ସ୍ଥାନ ଠାରୁ ମାତ୍ର କୋଡିଏ ପୁଟ ଦୂରରେ ଦୁଇଜଣ କର୍ମଚାରୀ ରାତ୍ର ଜଗୁଆଳ ଭାବେ ମନ୍ଦିର ପରିସରରେ ଥିଲେ ମଧ୍ୟ ସେମାନେ ଏତେ ବଡ଼ ଚୋରୀ ସମ୍ପର୍କରେ କୌଣସି ସୁରାକ ପାଇପାରିନଥିଲେ। ରାତ୍ର ୩ଟାରେ ଠାକୁରଙ୍କ ନୀତିକାନ୍ତି ନିମନ୍ତେ ଜୈନିକ କର୍ମଚାରୀ ମନ୍ଦିର ମୂଖ୍ୟ ଦ୍ଵାର ଖୋଲି ଭିତରକୁ ଯାଇ ଦେଖିଲେ ମଦନମୋହନ ଙ୍କ ଦ୍ୱାର ସମ୍ପୂର୍ଣ୍ଣ ଖୋଲା ରହିଛି ।ଏଥିରେ ସନ୍ଦେହ ହେବାରୁ ସାକ୍ଷୀଗୋପାଳ ମନ୍ଦିର ପ୍ରଶାସକ ବିଶ୍ୱବାସୀ ତ୍ରିପାଠୀଙ୍କୁ ଅବଗତ କରାଇଥିଲେ । ଖବର ପାଇ ମନ୍ଦିର ପ୍ରଶାସକ ଘଟଣା ସ୍ଥଳରେ ପହଞ୍ଚି ସତ୍ୟବାଦୀ ପୋଲିସି କୁ ଖବର ଦେଇଥିଲେ । ଘଟଣା କୁ ଗୁରୁତର ସହ ନେଇ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଙ୍କ ଯୋଗାଯୋଗ କ୍ରମେ ଅତିରିକ୍ତ ଏସପି ବିଷ୍ଣୁପ୍ରସଦ ପତି ଓ ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ଫେରନେସିକି ଟିମି ଓ ସନ୍ଧାନୀ କୁକୁରକୁ ମଧ୍ୟ ନିୟୋଜିତ କରାଯାଇଥିଲା । ତଦନ୍ତ ସମୟରେ ତଦନ୍ତ କାରୀଟିମି ସତ୍ୟବାଦୀ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର କଳାକୃଷ୍ଣ ମିଶ୍ରଙ୍କ ପୁଅ ଶ୍ରୀଧର ମିଶ୍ର (ଲିପା) ୩୨ ଓ ତାର ସହଯୋଗୀ ସ୍ଥାନୀୟ ବାଲିସାହି ଗ୍ରାମର ସଦାଶିବ ମିଶ୍ରଙ୍କ ପୁଅ ମୁନା ମିଶ୍ର ୨୩ କୁ ସନ୍ଦେହ ଘେରକୁ ଆଣିଥିଲେ । ପରେ ପୋଲିସି ଉଭୟ ଅଭିଯୁକ୍ତଙ୍କ ମୋବାଇଲି ଟ୍ରାକ କରି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଉଭୟ ଅଭିଯୁକ୍ତ ସତ୍ୟବାଦୀ ଥାନାରେ ଜେରା ସମୟରେ ନିଜେ ଚୋରି କରିବାକଥା ମାନିବା ସହ ଚୋରିକରିଥିବା ଟଙ୍କା , ରେଜା ପଇସା ଓ ଠାକୁରଙ୍କ ମୂଲ୍ୟବାନ ଅଳଙ୍କାରକୁ ପୋଲିସି ଉଦ୍ଧାର କରିଥିଲା । ଅଭିଯୁକ୍ତ ମାନେ ଚୋରି କରିବା ସମୟରେ ଏକ ଅଟୋ ରିକ୍ସା ଓଡ଼ି ୦୨ ସିଏଲ ୨୦୯୧ କୁ ଜବତ କରିଛି। ସେମାନଙ୍କ ନିକଟରୁ ୬୭,୧୧୦ ଟଙ୍କାର ନଗଦ ଅର୍ଥ ରାଶି , ୨୦୮ ଗ୍ରାମର ବିଭିନ୍ନ ସୋର୍ଣ ଅଳଙ୍କାର ,ସିସିଟିଭି ମନିଟର , ଚେକ ବୁକ ଜବତ କରାଯାଇଛି। ମୂଖ୍ୟ ଅଭିଯୁକ୍ତ ଶ୍ରୀଧର ମିଶ୍ର (ଲିପା) ନାମରେ ସତ୍ୟବାଦୀ ଥାନାରେ ପୂର୍ବରୁ ୮ ଟି ମାମଲା ରହିଛି ସେହିଭଳି ମୁନା ମିଶ୍ର ନାଁରେ ତିନିଟି ମାମଲା ରହିଛି ଏମାନେ ପେଷାଦାର ଅପରାଧି ବୋଲି ପୋଲିସି ପ୍ରକାଶ କରିଛି । ଉଦ୍ଧାର ଅଳଙ୍କାର ,ଟଙ୍କା ଓ ଅନ୍ୟ ସାମଗ୍ରୀ କୁ ମନ୍ଦିର ପ୍ରଶାସକ ଓ ପୂଜକ ଙ୍କୁ ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ ସତ୍ୟବାଦୀ ଥାନାରେ ଅନ୍ତଃ ଜିଲ୍ଲା ମନ୍ଦିର ଗ୍ୟାଙ୍ଗଲୁଟ ସମ୍ବଧିୟ ଏକ ମାମଲା ୪୨୮/୨୩ ରୁଜୁ କରାଯାଇ ଦୁଇ ଅଭିଯୁକ୍ତ ଙ୍କୁଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମନ୍ଦିର ପରିସରରେ ଥିବା ଖଟଣି  ରୋଷ ଘର ମଧ୍ୟରେ  ୨ ଗୋଟି ହୁଣ୍ଡୀ ଭାଙ୍ଗି ଟଙ୍କା ପଇସା ଲୁଟି ନେଇଥିଲେ l ଆଉ ଗୋଟିଏ ହୁଣ୍ଡୀ ନେଇ ଯାଇଛନ୍ତି l ଚୋର ମାନେ ମନ୍ଦିର ଦକ୍ଷିଣ ଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିଥିବାର ଅନୁମାନ କରା ଯାଉଅଛି l ପୋଲିସ ତଦନ୍ତ ଜାରୀ ରଖିଛି l

ରିପୋର୍ଟ : ରଜତ କୁମାର ମହାପାତ୍ର