ସାଇସମ୍ପତି ରିଅଲଈଷ୍ଟେଟ ତରଫରୁ ଗଣେଶ ପୂଜା ଉପଲକ୍ଷେ ମାଟି ଗଣେଶ ମୂର୍ତ୍ତି ଦାନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆସନ୍ତାକାଲି ଗଣେଶ ପୂଜା, ଗଣେଶ ପୂଜା ଉପଲକ୍ଷେ ସାଇସମ୍ପତି ରିଅଲ ଇଷ୍ଟେଟ ପକ୍ଷରୁ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ପୂଜାଗୁଡିକରେ ଯେଉଁ ମୂର୍ତ୍ତି ତିଆରି ହୁଏ କୁତ୍ରିମ ରଙ୍ଗରେ ତିଆରି ହୁଏ ଓ ମୂର୍ତ୍ତି ଗୁଡିକୁ ପାଖରୀରେ ବିସର୍ଜନ କରିବା ଦ୍ଵାରା ଏହି ପଖରୀରେ ଗାଧେଇ ଥିବା ଲୋକମାନଙ୍କୁ କୁଣ୍ଡିଆ ହୋଇଥାଏ । ଏହି କୁତ୍ରିମ ରଙ୍ଗକୁ ବିରୋଧୀ କରି ଆଜି ସାଇସମ୍ପତି ରିଅଲଏଷ୍ଟେଟ ମେନେଜମେଣ୍ଟର ମୁଖ୍ୟ ରାମକୃଷ୍ନା ଗାରୁ ଶତାଧିକ ଗଣେଶ ଭକ୍ତ ମାନଙ୍କୁ ବିନା ରଙ୍ଗର ମାଟି ଗଣେଶ ଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧକ୍ଷ ଗବରା ତିରୁପତି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏହି ସଂସ୍ଥାର ଜେନେରାଲ ମେନେଜର ଆପନା ରୋଜାମା,ମେନେଜେମେଣ୍ଟ ପି ମୋହନ ପ୍ରମୁଖ ଉପସ୍ଥିତି ଥିଲେ।ଏହି ଭଳି କାର୍ଯ୍ୟକ୍ରମ ଦେଖି ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ । ଏହି ସଂସ୍ଥା ଆନ୍ଦ୍ର ପ୍ରଦେଶର ରମୁଖ ବ୍ୟବସାୟ ସଂସ୍ଥା ବର୍ତ୍ତମାନ ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସିଙ୍ଗପୁର ଠାରେ ଶତାଧିକ ପ୍ଲଟକୁ ନେଇ ଆରମ୍ଭ କରିଥିବା ଜଣାପଡ଼ିଛି । ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟବସାୟ କରିବେ ବୋଲି ମେନେଜେଜେଣ୍ଟ ଜଣାଇଛନ୍ତି । 

ରିପୋର୍ଟ : କୃଷ୍ଣ କୁମାର ବେହେରା