ସଶକ୍ତି ଜାଗରଣ ସେବା ସସ୍ଥାନର ସାଧାରଣତନ୍ତ୍ର ଦିବସରେ ଫଳ ବଣ୍ଟନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ସ୍ବେଚ୍ଛାସେବୀ ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନ ସ୍ବଶକ୍ତି ଜାଗରଣ ସେବା ସସ୍ଥାନ ତରଫରୁ ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗୁରୁଜୀ ଣ୍ରୀ ଶ୍ରୀ କ୍ରୀଷ୍ଣା ଭାୟାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସସ୍ଥାର ସମସ୍ତ ଗୁରୁ ଭାଇ ଓ ଭଉଣୀଙ୍କ ଉପସ୍ଥିତିରେ ଆମ୍ବପୁଆ ସ୍ଥିତ ରେଡକ୍ରସ ଦୃଷ୍ଟିହୀନ ଏବଂ ରେଡକ୍ରସ ମୁକ ଓ ବଧିର ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏଥି ସହିତ ଅନ୍ଧ ପସରା ରୋଡ ସ୍ଥିତ ଆବାସିକ ଆଦର୍ଶ ଦୃଷ୍ଟି ବାଧକ ବାଳିକା ବିଦ୍ୟାଳୟର ସମସ୍ତ ଅନ୍ତେବାସୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ପରେ ପରେ ଆମ୍ବଗଡ ସ୍ଥିତ ଜରାଶ୍ରମର ଅନ୍ତେବାସୀଙ୍କୁ ଲୁଗା ଓ ଫଳ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ତେବାସୀ ଗୁରୁଜୀଙ୍କ ଆଶିଷ ଲାଭ କରିବା ସହ ନିଜକୁ ଧନ୍ଯ ମନେ କରିଥିଲେ। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ସସ୍ଥାର ବରିଷ୍ଠ ସଦସ୍ୟ ଚନ୍ଦ୍ରଧ୍ବଜ ସାହୁ, ସନ୍ତୋଷ ମହାନ୍ତି, ଶ୍ରୀହରି ଦାସ, ଦିପକ ପାଣିଗ୍ରାହୀ, ସନ୍ଦୀପ ପାଣିଗ୍ରାହୀ, ବିଭୁତି ପାଣିଗ୍ରାହୀ, ଗଣେଷ ପ୍ରଧାନ, ସମିର ମହାନ୍ତି, ଏଲ୍. କାମରାଜୁ ଦାସ, ରଞ୍ଜନ କୁମାର ସେଠୀ, ପ୍ରକାଶ ବେହେରା, ସଙ୍ଗୀତା ମହାନ୍ତି, ପୁଷ୍ପାଞ୍ଜଳୀ ପ୍ରଧାନ, ଅଂଜୁ ମହାନ୍ତିଙ୍କ ସମେତ ସସ୍ଥାର ସମସ୍ତ ସଦସ୍ଯ ଓ ସଦସ୍ଯା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର