ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ

ଫୁଲନଖରା(ସମୃଦ୍ଧଓଡିଶା)ଫୁଲନଖରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ସମ୍ପାଦକ ନରେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲିଭ ଲାଇଭ ଓଡିଆ ନ୍ୟୁଜର ଏମ ଡି ଟିଟନ ସାହୁ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଡ଼ଃ ଶରତ କୁମାର ରଥ, ସମ୍ମାନୀତ ଅତିଥି ଭାବେ ସିରିୟଲ ଅଭିନେତ୍ରୀ ଛନ୍ଦିତା ପାଢ଼ୀ,ସି ଓ ରବିନ୍ଦ୍ର ଆଣ୍ଡ କୋ ଏକ୍ରି ଡିଭିଜନ ଅଶୋକ ମହାପାତ୍ର, ପ୍ରଧାନ ଆଚାର୍ଯ୍ୟା ସକୁନ୍ତଳା ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିବାପରେ ବିଦ୍ୟାଳୟର ପିଲା ମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅତିଥି ମାନଙ୍କ ଦ୍ୱାରା କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ , ଅଭିଭାବକ ଓ ଗୁରୁଜୀ,ଗୁରୁମା ମାନଙ୍କୁ ପୁରସ୍କୃତ କରିବା ସହ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁଜୀ,ଗୁରୁମା ମାନେ ସହଯୋଗ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର