ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନିଷ୍କ୍ରମଣ ଉତ୍ସବ ପାଳିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ପୌର ପରିଷଦ ଅନ୍ତର୍ଗତ ନୂଆଗଡ଼ ବାଲୁଙ୍କେଶ୍ବର ଶୈବ ପୀଠରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ନିଷ୍କ୍ରମଣ ଉତ୍ସବ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ଆଜିର ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶଙ୍କର ପ୍ରସାଦ ଆଚାରୀ,ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ପଞ୍ଚୁ ବେହେରା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଶ୍ରୀ ଇ.ରାମ ପ୍ରସାଦ ପାତ୍ର, ଯୁଗ୍ମ ସମ୍ପାଦକ କାଶୀନାଥ ଷଡଙ୍ଗୀ, ଉପ-ସଭାପତି ଶ୍ରୀ ଜଗଦୀଶ ଖାଡଙ୍ଗା, ଉପଦେଷ୍ଟା ପ୍ରଦୀପ କୁମାର ପଟ୍ଟନାୟକ, ଏବଂ ଶ୍ରୀ ଅନନ୍ତ ରାମ ପାତ୍ର, କୋଷାଦକ୍ଷ ଶ୍ରୀ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର ଏହି ଉତ୍ସବରେ ଅନୁଷ୍ଠାନରେ ପାଠ ପଢା ଶେଷ କରି ଉଚ୍ଚତର ଶିକ୍ଷା ଓ ଉଜ୍ବଳ ଭବିଷ୍ୟତ ପାଇଁ ଉତ୍ତୀର୍ଣ୍ଣ ପାଠ୍ୟକ୍ରମ ସୋପାନ ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଧେଶ୍ୟରେ ଥିଲା । ଶିଶୁଟି ପ୍ରଥମେ ଶିକ୍ଷାଳୟ ତାର ପରିବାର ଶିଶୁ ଶିକ୍ଷା ପାଇଁ ବିଦ୍ୟାଳୟରେ ପାଦ ଦେବା ପରେ ସ୍ତର ସ୍ତର ଜନିତ ଶିକ୍ଷା ବିଭାଗରେ ପଢିବା ସହ ଛାତ୍ର ଜୀବନରେ ଚରିତ୍ର, ଶୃଙ୍ଖଳା, ସଂଯମ, ନୀତିନିର୍ଯ୍ୟାଶାକୁ ଗ୍ରହଣ କରି ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥାଏ ।ଶେଷରେ ତାକୁ ବିଦ୍ୟାଳୟ ପରିତ୍ୟାଗ କରି ବାକୁ ପଡିଥାଏ ।ଏହି ପରିତ୍ୟାଗ କୁ ନିଷ୍କ୍ରମଣ ଉତ୍ସବ କୁହାଯାଏ । ପରବର୍ତ୍ତୀ ସୋପାନରେ ସିଏ ଉଚ୍ଚ ଶିକ୍ଷା ସହ ନିଜ କାର୍ଯ୍ୟ ସିଦ୍ଧାନ୍ତ କରିଥାଏ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚଣ୍ଡୀ ପ୍ରସାଦ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ସୁଶାନ୍ତ କୁମାର ବିଶୋୟୀ ସଭା ଉତ୍ସବ କାର୍ଯ୍ୟଟି ପରିଚାଳନା କରିଥିଲେ । ପରବର୍ତ୍ତୀ ସମୟରେ ଅତିଥିମାନେ ନିଷ୍କ୍ରମଣ ଉତ୍ସବ ପାଳନ ଉପରେ ନିଜ ନିଜର ମତ ପ୍ରକାଶ କରିଥିଲେ । ପରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଉତ୍ତରୋତ୍ତର ଉନ୍ନତୀ ନିମନ୍ତେ ପୁଷ୍ପ ଢାଳି ଆଶୀର୍ବାଦ ପ୍ରଦାନ କରିବା ସହ ପ୍ରତେକ ଛାତ୍ରଛାତ୍ରୀଙ୍କୁ କଲମ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ଶିଶୁ ବିଦ୍ୟା ମନ୍ଦିରର ଗୁରୁମା ରିତାଞ୍ଜଳି ମିଶ୍ର, ରମା ମହାପାତ୍ର,ରଞ୍ଜିତା ସାହୁ, ଏଲ ଈଶ୍ୱରୀ ଆଚାରୀ, ଗୁରୁଜୀ ପ୍ରଦୀପ କୁମାର ପଟ୍ଟନାୟକ,ଟୁନା ବିଶୋୟୀ, ଗଣପତି ସ୍ୱାଇଁ, ଅରୁଣ କୁମାର ସାମନ୍ତରା,ଲଷ୍ମୀ ନାରାୟଣ ସାହୁ, ମନୋରଞ୍ଜନ ଦାଶ, ସୁଧୀର ପାଢ଼ୀ ପ୍ରମୁଖଙ୍କ ସମେତ ବିଦ୍ୟା ମନ୍ଦିରର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହ ଯୋଗାଯୋଗ କରିଥିଲେ ।

ରିପୋର୍ଟ : ରଜତ ପଟ୍ଟନାୟକ