ସରବତୀ ଦେବୀ ମହିଳା ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ କାର୍ଯ୍ୟକ୍ରମ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଆଦ୍ୟ ତା ୨୮/୧୧/୨୦୨୩ ରିଖ ଦିନ ସୁନ୍ଦରଗଡ଼ ଜିଲ୍ଲା, ରଜଗାଙ୍ଗପୁର ଅନ୍ତର୍ଗତ ସରବତୀ ଦେବୀ ମହିଳା ମହାବିଦ୍ୟାଳୟ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ମିଳିତ ଆନୁକୁଲ୍ୟରେ ନୂଆ ଓ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ ଚୌଧୁରୀ ମହୋଦୟ ଅଧ୍ୟକ୍ଷତା କରି ଅତିଥିଙ୍କ ପରିଚୟ ପ୍ରଦାନ କରି ନଭେମ୍ବର ୨୮ ରୁ ଡିସେମ୍ବର ୦୯/୧୨/୨୦୨୩ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସାମାଜିକ ସେବା ମୂଳକ କାର୍ଯ୍ୟକ୍ରମ ଓ କ୍ରୀଡ଼ା ପ୍ରତିଯୋଗିତା ବିଭିନ୍ନ ପ୍ରଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅଧୀକ୍ଷକ ଇଞ୍ଜିନିୟର ଶ୍ରୀଯୁକ୍ତ ନାରାୟଣ ପଟେଲ୍ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଯୋଗ(yoga) ବିକାଶ ପାଇଁ mat ଯୋଗାଇ ଦେବାର ପ୍ରତିଶ୍ରୁତି ଦେଲେ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଡ଼ ଅଭିଷେକ ପାଣିଗ୍ରାହୀ, SDPO ରାଜଗାଙ୍ଗପୁର ଛାତ୍ରୀ ମାନଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ଆତ୍ମ ବିଶ୍ୱାସ, ଧୌର୍ଯ୍ୟଶକ୍ତି ନିତାନ୍ତ ଆବଶ୍ୟକ କହିଥିଲେ ଏବଂ ଛାତ୍ରୀମାନଙ୍କର/ ନବ ଯୁବ ପିଢ଼ିର ଉନ୍ନତତ୍ତର ବିକାଶ ପାଇଁ ଅନେକ ଉପଦେଶାତ୍ମକ କଥା ଉପସ୍ଥାପନ କରିଥିଲେ । + ୨ ନୋଡାଲ ଅଫିସର ଅଧ୍ୟାପିକା ଶ୍ରୀମତୀ ସରୋଜିନୀ ଏକ୍କା “ନୂଆ – ଓ” କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। +୩ ର ନୋଡାଲ ଅଫିସର ଅଧ୍ୟାପିକା ଡ଼ ଶ୍ରୀମତୀ ସସ୍ମିତା ଲେଙ୍କା ଧନ୍ୟବାଦ୍ ଅର୍ପଣ କରିଥିଲେ । ଅଧ୍ୟାପିକା ସୁଶ୍ରୀ ଆକାଂକ୍ଷା ଲାକ୍ରା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପରିଚାଳନା କମିଟି ର ସଦସ୍ୟ ଶ୍ରୀଯୁକ୍ତ ଗଜେନ୍ଦ୍ର ଦେହୁରିଆ, IQAC ସଂଯୋଜକ ଶ୍ରୀଯୁକ୍ତ ଅଧ୍ୟାପକ ସପନ କୁମାର ପଣ୍ଡା, ସମସ୍ତ ଅଧ୍ୟାପକ/ ଅଧ୍ୟାପିକା , କର୍ମଚାରୀ ଏବଂ+୨ +୩ ର ସମସ୍ତ ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର