ସମ୍‌ହସ୍ପିଟାଲ ଅଗ୍ନୀକାଣ୍ଡରେ କ୍ଷତିଗ୍ରସ୍ତଙ୍କ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୪ବର୍ଷ ତଳେ ଭୁବନେଶ୍ୱରସ୍ଥିତ ସମ୍ ହସ୍‌ପିଟାଲରେ ହୋଇଥିବା ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ୩୧ଜଣ ଙ୍କୁ ଅଦ୍ୟାବଧି ନ୍ୟାୟ ମିଳିନଥିବାରୁ ଆଜି ବୁଧବାର ବାଲେଶ୍ୱର ଜିଲାର ଜଳେଶ୍ୱର ସ୍ଥିତ ଇକଡା ଗ୍ରାମର ମୃତଙ୍କ ବିଧବା ସ୍ତ୍ରୀ ଶାନ୍ତିଲତା ସୁର ଓ ପୁତ୍ର ଦିଲ୍ଲିପ କୁମାର ସୁର ଏକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ସର୍ଟସାର୍କିଟରେ ଅଗ୍ନି ସଂଯୋଗ ଘଟିବାପରେ ଚିକିତ୍ସାଧିନ ରୋଗୀ ଓ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିବାପରେ ହସ୍ପିଟାଲର ମାଲିକ ମନୋଜ ନାୟକଙ୍କ ବିରୋଧରେ ଅଭିଯୋଗ ପରେ ତାଙ୍କୁ ଜେଲ ଭୋଗିବାକୁ ପଡିଥିଲା । ଏହାର ବିଚାର ମାନ୍ୟବର ହାଇକୋର୍ଟରେ ଚାଲିଥିବା ବେଳେ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ନାୟକ ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି । ତେଣୁ ଏହି ବିଚାରର ଦିଗ କେଉଁ ଆଡକୁ ଯିବ ବୋଲି ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଏପରିକି ଜଣେ ବହୁ ଘଟଣାରେ ସଂଶ୍ଳିଷ୍ଟ ଥିବା ବିଚାରଧିନ ଅଭିଯୁକ୍ତଙ୍କ ଠାରୁ ମୁଖ୍ୟମନ୍ତ୍ରୀ କିପରି ସମ୍ବର୍ଦ୍ଧନା ଗ୍ରହଣ କଲେ ତାହା ତାଙ୍କ ସ୍ୱଚ୍ଛତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ । ଏହି ସମ୍ବାଦିକ ସମ୍ମଳନୀରେ ଯୁବକଂଗ୍ରେସ ନେତା ତଥା ଆଇନ୍‌ଜିବୀ ଗିରିଜା ଶଂକର ଦାସ, ରାଜେଶ ପାତ୍ର, ସମରେନ୍ଦ୍ର ଦାସ,ସିଦ୍ଧାର୍ଥ ଦାସ, ଅଜିତ୍ ସୁର, ପରମେଶ୍ୱର ବେରା, ନରହରୀ ପ୍ରଧାନ, କ୍ଷତିଶ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା