ସମ୍ଭାଗ ବାର୍ଷିକ କ୍ରୀଡା ଉଦଯାପିତ…

ବ୍ରହ୍ମପୁର  (ସମୃଦ୍ଧ ଓଡିଶା) ଛତ୍ରପୁର ଷ୍ଟାଡିୟମରେ ଛତ୍ରପୁର ସଂକୁଳସ୍ତରୀୟ ସଂଯୋଜକ ରବୀନ୍ଦ୍ର ନାଥ ଦାଶ, ସଂକୁଳ ପ୍ରମୁଖ ଡ଼ଃ., ଜେ. କୁର୍ମା ରାଓଙ୍କ ତତ୍ୱାବଧାନରେ ଓ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଦକ୍ଷିଣ-ପୂର୍ବ ସମ୍ଭାଗ କ୍ରୀଡ଼ା ଉଦଯାପନ ହୋଇଯାଇଅଛି । ଏହାକୁ ମୁଖ୍ୟଅତିଥି ରୂପେ ଭାରପ୍ରାପ୍ତଜିଲ୍ଲା କ୍ରୀଡା ଅଧିକାରୀ ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର ଯୋଗଦେଇ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିବା ସାଂଗକୁ ଉତ୍ସାହିତ କରିଥିଲେ । ଉକ୍ତ କ୍ରୀଡା ସାମାରୋହରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ଶ୍ରୀମତୀ ଗୀତା ପାଢୀ ସଭାପତିତ୍ଵ କରିଥିବା ବେଳେ ସଦସ୍ୟ ରାମପ୍ରସାଦ ପଟ୍ଟନାୟକ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ, ଗଞ୍ଜାମ ସହ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ, ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ, ଫୁଲବାଣୀ ବିଭାଗ ନିରୀକ୍ଷକ ରଂଜନ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କ୍ରୀଡ଼ାରେ ଗଞ୍ଜାମ, ଗଜପତି ଓ ଫୁଲବାଣୀ ଜିଲ୍ଲାର ୯ଟି ସଂକୁଳର ୨୬୫ ଜଣ ଶିଶୁ ଭାଗ ନେଇଥିଲେ । ସମ୍ଭାଗ ଶାରିରୀକ ପ୍ରମୁଖ ଚତୁର୍ଭୁଜ ତ୍ରିପାଠୀ ସମ୍ଭାଗ କ୍ରୀଡାର ବୃତ୍ତ ପଠନ କରିଥିଲେ । କ୍ରୀଡାରେ ବିଭନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ମାନେ ପାରାଦ୍ଵୀପ ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଦେଶିକ କ୍ରୀଡାରେ ଅଂଶ ଗ୍ରହଣ କରିବେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା