ସମ୍ବିଧାନ ନିର୍ମାତା ଡଃ ଭୀମରାଓ ଆମ୍ବେଦକରଙ୍କ ପାଇଁ ପଦେ…

ଆଜି ୧୪ ଅପ୍ରେଲ ଆମ ଭାରତ ବର୍ଷର ଲୋକମାନଙ୍କ ପାଇଁ ଏକ ପବିତ୍ର ଦିବସ ଅଟେ । କାରଣ ୧୮୯୧ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରନ୍ତି ଆମ ସମସ୍ତଙ୍କ ପ୍ରିୟ ତଥା ପୁଜ୍ୟ ଡଃ ଭୀମରାଓ ଆମ୍ବେଦକର।ଡଃ ଆମ୍ବେଦକର Elphinstone schoolରେ ତାଙ୍କର ଶିକ୍ଷା ଗ୍ରହଣ ଆରମ୍ଭ କରିଥିଲେ । ଦଳିତ ସମାଜରୁ ଆସିଥିବାରୁ ସେ ଅନେକ ସମୟରେ ନିର୍ଯାତିତ ହେଉଥିଲେ । ଛୁଆଁ ଅଛୁଆଁ ଭେଦଭାବ ଯୋଗୁ ସେ ସବୁବେଳେ ଶ୍ରେଣୀ ବାହାରେ ବସୁଥିଲେ । ଶୋଷ କଲେ ବିଦ୍ୟାଳୟର ପିଅନ ପାଣି ପିଇବାକୁ ଦେଉଥିଲେ । ପିଅନଙ୍କ ଅନୁପସ୍ଥିତିରେ ସେ ପିଇବାକୁ ପାଣି ନଥିଲେ । ବିଭିନ୍ନ ସମୟରେ ସେ ଏହି କଥା ପାଇଁ “No Peon – No Water” ଲୋକକଥାକୁ ବ୍ୟବହାର କରନ୍ତି । ସ୍ୱାଧୀନତା ପରେ ଭାରତ ବର୍ଷର ସମ୍ବିଧାନ ନିର୍ମାଣରେ ତାଙ୍କର ଭୁମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଅତୁଳନୀୟ । ସେ ସମ୍ବିଧାନ ନିର୍ମାଣର drafting committeeର chairman ଭାବେ ନିଯୁକ୍ତି ପାଆନ୍ତି ଏବଂ ଭାରତର ସମ୍ବିଧାନ ନିର୍ମାଣ କାର୍ଯ୍ୟକୁ ସୁଚାର ରୂପେ ଶେଷ କରନ୍ତି । ଧାରା ୩୭୦କୁ ବିରୋଧ, Uniform Civil Codeକୁ ସମର୍ଥନ ଏବଂ ଦଳିତ ମାନଙ୍କ ଅଧିକାର ପାଇଁ ଯେଉଁ ଲଢେଇ କରିଥିଲେ ସେ ଲଢେଇ ପାଇଁ ତାଙ୍କୁ ଭାରତୀୟ ରାଜନୀତିରେ ଏକ ସ୍ବତନ୍ତ୍ର ପରିଚୟ ମିଳିଥିଲା । ସତରେ ସେ ଜଣେ ପ୍ରବାଦ ପୁରୁଷ ।

ଗୌତମ କେଶରୀ ଦାସ,
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ,
ସମ୍ବଲପୁର