ସମାଜସେବୀ ପ୍ରଲ୍ଲାଦଙ୍କ ସ୍ମୃତିସଭା

ନିଶ୍ଚିନ୍ତକୋଇଲି (ସମୃଦ୍ଧଓଡିଶା) ନିଶ୍ଚିନ୍ତକୋଇଲି ବ୍ଲକ ମଲ୍ଲିପୁରସ୍ଥ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ଦାସଙ୍କ ପିତା ଧର୍ମପ୍ରାଣ ବ୍ୟକ୍ତିତ୍ୱ ସମାଜସେବୀ ସ୍ବର୍ଗତ ପ୍ରଲ୍ଲାଦ ଦାସଙ୍କ ଦ୍ଵାଦଶାହ ଅବସରରେ ଏକ ସ୍ମୃତିସଭା ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷ୍ୟାଧିକାରୀ ଲକ୍ଷ୍ମଣ କୁମାର ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସ୍ମୃତିସଭାରେ ମୁଖ୍ୟ ଅତିଥି ଜଗତସିଂହପୁରର ଅବସରପ୍ରାପ୍ତ ବି.ଇ.ଓ ଅନନ୍ତ କିଶୋର ଭୂୟାଁ, ଅତିଥି ଭାବେ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷ୍ୟାଧିକାରିଣୀ ଲକ୍ଷ୍ୟେହିରା ଲାବନ୍ୟବତୀ ବେହେରା, ଶିକ୍ଷ୍ୟବିତ୍ ଲଷ୍ମୀନାରାୟଣ ରାଉତ,ଉପାଧକ୍ଷ୍ୟ ଅଶୋକ କୁମାର ଓଝା,ଅବସରପ୍ରାପ୍ତ ଶିକ୍ଷକ ସୁନିଲ କୁମାର ସ୍ୱାଇଁ, ଶିକ୍ଷକ ନରହରି ସାହୁ ସୁଶିଲ କୁମାର ସେନାପତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପ୍ରଲ୍ଲାଦଙ୍କ ବହୁମୁଖୀ ପ୍ରତିଭା ଉପରେ ମତ ରଖିଥିଲେ l ପ୍ରାରମ୍ଭରେ ସ୍ବର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟ୍ୟରେ ପରିବେଶବିତ ପ୍ରମୋଦ କୁମାର ଦାଶ,ସାଇପ୍ରଜ୍ଞା ପ୍ରିୟଦର୍ଶିନୀ ସୁଧାଂଶୁ ନାୟକ,ପ୍ରଣୟ ଦାସ,ଶ୍ରୀନିବାସ ଦାସ,ଅଲେଖ ଦାସ,ଗୋଲଖ ଦାସ,ରାଜକିଶୋର ଦାସ,ଚିନ୍ମୟ ଦାସ,ସାଇସୁମନ ଦାସ ଦାସ,ବିଜୟ ଦାସ,ଉମାକାନ୍ତ ଦାସ,ଶିକ୍ଷ୍ୟବିତ୍ତ ଧରଣୀଧର ବେହେରା,ପୁରୁଷୋତ୍ତମ ଦାସ,କାର୍ତ୍ତିକ ଚନ୍ଦ୍ର ଦାସ,ଶାରଦା ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚରଣ କରିବା ସହ ପୂର୍ଣ୍ଣ ସହଯୋଗ କରିଥିଲେ l ଶେଷରେ ଅବସରପ୍ରାପ୍ତ ଏ.ବି.ଓ ପ୍ରସନ୍ନ କୁମାର ଦାସ ଉପସ୍ଥିତ ସମସ୍ତ ଅତିଥିଙ୍କୁ କୃତଜ୍ଞତା ଜଣାଇଥିଲେ l

ରିପୋର୍ଟ : ରଜତ ମହାପାତ୍ର