ସମାଜସେବୀ, ପରୋପକାରୀ, ଦରଦୀବନ୍ଧୁ ଓ ଆଦର୍ଶ ଶିକ୍ଷକ ଯତୀନ୍ଦ୍ର ନାଥ ପରିଡ଼ାଙ୍କ ମୃତ୍ୟୁ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ଅଞ୍ଚଳର ଜନନାୟକ, ଦରଦି ବନ୍ଧୁ, ସମାଜସେବୀ, ପରୋପକାରୀ, ଯାତ୍ରା ନିର୍ଦ୍ଦେଶକ, ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ, ଛମୌଜ ଗ୍ରାମର ପରିଚାଳନା କମିଟିର ଉପ ସଭାପତି ଯତୀନ୍ଦ୍ର ନାଥ ପରିଡ଼ା ଆଉ ନାହାନ୍ତି । ତାଙ୍କର ସହଯୋଗରେ ଛମୌଜ ଗ୍ରାମରେ ଡ଼ାକ୍ତରଖାନା, ଦୂର୍ଗାପୂଜା, ଜଗନ୍ନାଥ ମନ୍ଦିର, ବିଦ୍ୟାଳୟ ଭଳି ବହୁ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଛି । ତାଙ୍କର ହାତ ବିନା କୌଣସି ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଛି ବୋଲି କହିବା ଠିକ୍ ହେବ ନାହିଁ । ତାଙ୍କର ଯାଦୁକର ହାତ ସ୍ପର୍ଶରେ ଛମୌଜ ଗ୍ରାମ ଆଜି ଜଳେଶ୍ଵର ବ୍ଲକରେ ଆଦର୍ଶ ଗ୍ରାମ ଭାବେ ପରିଚିତ। ସେ ଥିଲେ ଆମ ଅଞ୍ଚଳର ବିଶ୍ୱକର୍ମା । ସେ ବହୁଦିନ ଧରି ବୃକକ ରୋଗରେ ଅସୁସ୍ଥ ଥାଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତକାଲି ସେଠାରେ ସେ ମୃତ୍ୟୁ ବରଣ କରିଥିଲେ ଏବଂ ଚିକିତ୍ସା ହେବା ସମୟରେ ତାଙ୍କର କୋଭିଦ ଥିବାରୁ, ତାଙ୍କର ମୃତ ଦେହ ସେଠାରେ ଦାହ କରା ଯାଇଛି । ତାଙ୍କର ସହଧର୍ମିଣୀ ପଦ୍ମାବତୀ ଦେବୀ ଓ ୪ ପୁତ୍ର, ପ୍ରଦୀପ, ଦିଲ୍ଲୀପ, ଅନୁପ ଓ ନିଲୁ ଥିବାବେଳେ, ମତ୍ୟୁ ବେଳେ ସାନ ପୁତ୍ର ନିଲୁ ବ୍ୟତୀତ ଅନ୍ୟ ପୁତ୍ର ମାନେ ଓ ପୁତ୍ରବଧୂ ଗୀତାରାଣୀ ଥିଲେ । ସ୍ୱର୍ଗତ ପରିଡ଼ାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗ୍ରାମ ତଥା ଜଳେଶ୍ଵର ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଜଣା ପଡ଼ିଛି ।

ରିପୋର୍ଟ : ଭୂପତି ପରିଡା