ସମାଜସେବୀ ଇଂ.ଦିପ୍ତିଙ୍କୁ ଇଣ୍ଡିଆନ୍ ଇଣ୍ଡିଭିଜୁଆଲ୍ ଏକ୍ସିଲେନ୍ସ ଆଓ୍ବାର୍ଡ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)କଳ୍ପନା ଛକ ସ୍ଥିତ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମର ପାନ୍ଥନିବାସ ପରିସରରେ ଇଣ୍ଡିଆନ୍ ଇଣ୍ଡିଭିଜୁଆଲ୍ ଏକ୍ସିଲେନ୍ସ ଆଓ୍ବାର୍ଡ ପ୍ରଦାନ ଉପଲକ୍ଷେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ବିଜେପି ପ୍ରଶିକ୍ଷଣ ବିଭାଗ ସହ-ସଂଯୋଜିକା ଇଂ. ଦିପ୍ତିରେଖା ପଟ୍ଟନାୟକଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଣ୍ଡିଆନ୍ ଇଣ୍ଡିଭିଜୁଆଲ୍ ଏକ୍ସିଲେନ୍ସ ଆଓ୍ବାର୍ଡରେ ସମ୍ବର୍ଦ୍ଧିତ କରାଯାଇଥିଲା। ଲେଖକ ତଥା ବରିଷ୍ଠ ରାଜନେତା ଶଙ୍କର୍ଷଣ ପରିଡ଼ା ଉତ୍ସବରେ ଯୋଗ ଦେଇ ଇଂ. ଦିପ୍ତିଙ୍କୁ ଉପଠୈକନ ସହ ସମ୍ବନ୍ଧିତ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ସଭା ସାଂସଦ ସୁଲତା ଦେଓ, ବିଶିଷ୍ଟ କ୍ରୀଡାବିତ୍ ଦୁତି ଚାନ୍ଦଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଇଂ. ଦିପ୍ତି ଏପରି ସମ୍ମାନ ପାଇଥିବାରୁ ବିଜେପି ପ୍ରଶିକ୍ଷଣ ବିଭାଗ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଦିଆଯାଉଛି।