ସମାଜସେବୀକା ଶ୍ରୀମତୀ ରାମେଶ୍ୱରି ନନ୍ଦ ‘ସ୍ୱୟଂମ ସିଦ୍ଧା’ ସମ୍ମାନରେ ସମ୍ମାନୀତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବିଶିଷ୍ଟ ସମାଜସେବିକା ତଥା କଲାଞ୍ଜଳି ଅର୍ଟିଷ୍ଟ ଟ୍ରଷ୍ଟ ର ପ୍ରତିଷ୍ଠାତା ସମ୍ପାଦିକା ଶ୍ରୀମତୀ ରାମେଶ୍ବରି ନନ୍ଦ ନିଜର ସମାଜସେବା, କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦକ୍ଷ ସଂଗଠିକା ହିସାବରେ ଦୀର୍ଘ ସାତ ବର୍ଷ ଧରି ନିଶ୍ୱାର୍ଥପର ସେବାକରିଆସୁଥିବା। ପି.ପି. ଏଲ୍ ଗଣମାଧ୍ୟମ ଚ୍ୟାନେଲ ତରଫରୁ ଭୁବେଶ୍ଵର ଜୟଦେବ ଭବନ୍ ସ୍ଥିତ ଗୀତଗୋବିନ୍ଦ ହଲ ରେ ଆଜି ସ୍ଵଂୟ ସିଦ୍ଧା ସମ୍ମାନରେ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀମତୀ ସିକୃତି ପଟନାୟକ, ସମାଜସେବୀକା ନମ୍ରଦା ଚଡା ଚ୍ୟାନେଲ ର ମୁଖ୍ୟ ଶ୍ରୀ ରଘୁନାଥ ଦାସ ଙ୍କ ସମେତ ଅନ୍ୟ ଅତିଥି ମାନଙ୍କ ଦ୍ୱରା ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀମତୀ ନନ୍ଦ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଶ୍ରୀ ବ୍ରଜକିଶୋର ନନ୍ଦଙ୍କ କନିଷ୍ଠ ସୁକନ୍ୟା ତଥା ଅନନ୍ତ ନଗର ନିବାସୀ ବିଶିଷ୍ଟ ଶିକ୍ଷାବିତ ଡ ବାଇଲଡୁ ପାଣିଗ୍ରାହୀଙ୍କ ଜ୍ୟେଷ୍ଠ ବଧୂ ଅଟନ୍ତି।ସ୍ଵାମୀ ଅର୍ଧେନ୍ଦୁ ଶେଖର ପାଣିଗ୍ରାହୀ ଓ ପରିବାର ଶୁଭେଚ୍ଛୁ ମାନଙ୍କ ସହୋଯୋଗ ରେ ସେ ସମାଜସେବା କ୍ଷେତ୍ରରେ ଆଗକୁ ବଢ଼ିପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି । କଳାଞ୍ଜଳୀ ସହ ମହାନ ସଂଘ ସାଂସ୍କୃତିକ ବିଭାଗ ସମ୍ପାଦିକା, ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ନୂଆଦିଲ୍ଲୀ ମହିଳା ଶାଖା ସହ ସମ୍ପାଦିକା, ଇନେର ହିଲ୍ ଟେକନୋରୀନା ର ଅଧକ୍ଷ ଭାବେ ମଧ୍ୟ ସମାଜର ବିଭିନ୍ନ କ୍ଷେତ୍ର ରେ କାର୍ଯ୍ୟ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି।ଶ୍ରୀମତୀ ନନ୍ଦ ଙ୍କ ସମ୍ମାନ ପାଇଥିବାରୁ ସାସନ୍ଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ , ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତଙ୍କ ସମେତ ସହରର ବହୁ ଜନ ପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି।