ସମାଜସେବାରେ ଧିରେଶ୍…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କୋରନାର ଭୟରେ ସାରା ବିଶ୍ବରେ କକୁଆ ଭୟ ଖେଳି ଯାଇଥିଲା ବେଳେ କୋରନା ଭୟରେ ନିଜ ରକ୍ତ ସମ୍ପର୍କକୁ ମଧ୍ୟ ଭୁଲି ଯାଇଥିଲା ଏହି ସଭ୍ୟ ସମାଜ । ନିଜ ଜନ୍ମ କଲା ସନ୍ତାନ ମଧ୍ୟ ଅଛୁଆଁ କରି ଦେଇଥିଲା ମାତା ପିତା ଓ ବନ୍ଧୁ ପରିଜନର ଶବକୁ । ଗତବର୍ଷ ଠାରୁ ସରକାର କଟକଣା ଲଗାଇଲେ ଫଳରେ ସଟଡାଉନ ଲୋକଡାଉନ୍ ଭଳି କୋଠର କୋଭିଡ଼ ନିୟମ ଲାଗୁକଲେ । ଯାହାରି ଫଳରେ ପ୍ରବାସୀ ଶ୍ରମିକ ଠାରୁ ଆରମ୍ଭ କରି ଗରୀବ ଖଟିଖିଆ ଓ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ । ଠିକ ଏତିକି ବେଳେ ମହାନଗରର ଯୁବ ବିଜେଡି ସାଧାରଣ ସମ୍ପାଦକ ତଥା ସମାଜସେବୀ ଧିରେଶ ସାବତ (ସିଲୁ) ଗତବର୍ଷ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ନିଜ ଜୀବନକୁ ବାଜି ଲଗେଇ ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି । ଉଦୁ ଉଦୁ ଖରାରେ ଶହ ଶହ କି.ମିରୁ ଆସୁଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଦିନ ରାତି ଏକ କରି ସେମାନଙ୍କ ଖାଇବା ପିଇବାର ବ୍ୟବସ୍ଥା ହେଉ କିମ୍ବା ଗରିବ ରାସ୍ତା କଡ଼ରେ ରହୁଥିବା ନିସହାୟମାନଙ୍କୁ ଖାଦ୍ୟ ଯୋଗାଣ ହେଉ ଅଥବା ଘର ଘର ବୁଲି ଅଭାବ ଅସୁବିଧାରେ ରହୁଥିବା ପରିବାରକୁ ଖାଦ୍ୟ ଯୋଗାଣ ଓ ଅନ୍ୟାନ୍ୟ ସୁବିଧା କରାଇବା ସବୁଥିରେ ଆମ ଯୁବ ସମାଜସେବୀ ଧିରେଶ । ଆଜି ଓଡିଶା ମୋ ପରିବାର ପକ୍ଷରୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଗୋଷାଣୀନୂଆଗାଁ ସ୍ଥିତ ଶାସ୍ତ୍ରୀ ନଗର ପ୍ରଥମ ଗଳିରେ ମହାନଗର ଯୁବ ନେତା ତଥା ସାଧାରଣ ସମ୍ପାଦକ ଧିରେଶ ସାବତଙ୍କ ନେତୃତ୍ୱରେ ୫ଶହରୁ ଉର୍ଦ୍ଧ୍ବ ଜଣଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଖାଲି ସେତିକି ନୁହେଁ ଅଞ୍ଚଳର ରସ୍ତା ଘାଟର ସମସ୍ୟା ହେଉ କିମ୍ବା ନାଳ ନର୍ଦ୍ଧମାର ସମସ୍ୟା ସବୁଠାରେ ଖୋଜା ପଡନ୍ତି ସିଲୁ । ଏଣୁ ଲୋକେ କହୁଛନ୍ତି ଏପରି ଏକ ନିଷ୍ଟାପର ସମାଜସେବୀ ଭାଗ୍ୟରେ ଥିଲେ ମିଳେ । ଏଠାରେ ସୂଚନା ଥଉକି ଗତବର୍ଷ ଜୁନ ୫ ତାରିଖ ରାଜପଥ ଦେଇ ବିଭିନ୍ନ ରାଜ୍ୟରୁ ଶହ ଶହ ପ୍ରବାସୀ ନିଜ ଅଞ୍ଚଳକୁ ଫେରୁଥିବା ସମୟରେ ନିଜ ପରିବାର କଥା ଚିନ୍ତା ନକରି ନିଜ ଜୀବନକୁ ବାଜି ଲଗାଇ ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ସେହିପରି ଜୁଲାଇ ୨୧ ତାରିଖରେ ୱାର୍ଡ ନଂ-୨୫ରେ ବିଶୋଧନ ଛିଞ୍ଚନ କରିବା ସହ ଗାନ୍ଧିନଗର ପଞ୍ଚମ ଲାଇନ୍ ସ୍ଥିତ ବାହୁଦା ଓ ଲେପ୍ରୋସୀ କଲୋନୀରେ ରହୁଥିବା ବହୁ ଅସହାୟ ଗରିବ ପରିବାରଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରିଥିଲେ । ସେହିପରି ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଦ୍ବିତୀୟ ଲହର କରୋନାକୁ‌ ନେଇ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ନେଇ ଜୟ ଜଗନ୍ନାଥ ଯୁବକ ସଂଘ ପକ୍ଷରୁ ଧିରେଶ ସାବତଙ୍କ ନେତୃତ୍ୱରେ ଏହି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ୫୦୧ ୟୁନିଟ ସଂଗ୍ରହ ହୋଇଥିଲା । ବ୍ରହ୍ମପୁର ପାଇଁ ଏକ ବିରଳ ରେକର୍ଡ ହାସଲ କରିଥିଲେ ସିଲୁ । ମେ ୧୪ ତାରିଖରେ ୱାର୍ଡ଼ ନମ୍ୱର ୨୪, ୨୫ରେ ରହୁଥିବା ୧୫୦ରୁ ଉର୍ଦ୍ଧ୍ବ ପରିବାରକୁ ରେସନ୍ ସାମଗ୍ରୀ ବଣ୍ଟନ କରିଥିବା ବେଳେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ବ୍ରହ୍ମପୁର ବିଧାୟକଙ୍କ ନେତୃତ୍ୱରେ ୧୨୦ ୟୁନିଟ ରାକ୍ତ ସଂଗ୍ରହ ହୋଇଥିଲା । ଏହା ସହିତ ରାସ୍ତାଘାଟ, ନାଳ ନର୍ଦ୍ଧମା ଆଦି ମୌଳିକ ସମସ୍ୟାର ତୁରନ୍ତ ସମାଦାନ କରି ଏହି ଅଞ୍ଚଳବାସୀଙ୍କ ପାଇଁ ଦିନ ରାତି ଏକକରି କାର୍ଯ୍ୟକରି ଆସୁଛନ୍ତି ତେଣୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯିବା ସହ ଏପରି ଏକ ନିଷ୍ଟାପର ସମାଜସେବୀ ଭାଗ୍ୟରେ ଥିଲେ ମିଳେ ବୋଲି ଲୋକମାନେ କହୁଥିବା ଜଣାଯାଇଛି ।