ସବ ଡିଭିଜନ ପ୍ରତିଷ୍ଠା ଦାବୀ ପୂରଣ ପାଇଁ ୪ ବ୍ଲକର ଯୁବ ଛାତ୍ର ଓ ବୁଦ୍ଧିଜୀବିଙ୍କ ମିଳିତ ପ୍ରସ୍ତୁତି ବୈଠକ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଦୀର୍ଘ ଦିନରୁ ଜଳେଶ୍ଵର ରେ ସବଡିଭିଜନ ପାଇଁ ବିଭିନ୍ନ ମହଲରେ ଦାବୀ ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି ଓଡ଼ିଶା ସରକାରଙ୍କ ଘୋଷଣା କରିବା ପାଇଁ ଇଚ୍ଛା ଶକ୍ତି ହେଉ ନ ଥିବାରୁ ଆଜି ୪ଟି ବ୍ଲକର ଯୁବ ଛାତ୍ର ଓ ବୁଦ୍ଧିଜୀବି ମହଲରେ ଓ ବିଭିନ୍ନ ସଙ୍ଗଠନ ଦ୍ଵାରା ଦାବୀ ଜୋରଦାର ହୋଇଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ଜଳେଶ୍ଵର ୬୦ ନମ୍ବର ଜାତୀୟ ରାଜପଥର ସନ୍ନିକଟ ଖୁଶି ପ୍ଲାଜାରେ ଏକ ପ୍ରସ୍ତୁତି ବୈଠକ ଯୁବ ନେତା କାଳୀଚରଣ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଯୁବନେତା ଚନ୍ଦନ କୁମାର କର, ସତ୍ୟ ଶୋଭନ ମିଶ୍ର, ରାସ ବିହାରୀ ରଣା ମଞ୍ଚାଷିନ ହୋଇ ସବଡିଭିଜନ ପାଇଁ ବୈଠକ ପରିଚାଳନା କରିବା ସହ ଆନ୍ଦୋଳନକୁ ଜୋରଦାର କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସବଡିଭିଜନ ଆନ୍ଦୋଳନର ମୁଖ୍ୟ ଉପଦେଷ୍ଟା, ପୂର୍ବତନ ଉପାଧ୍ୟକ୍ଷ ତଥା ଜଳେଶ୍ଵରର ଅନ୍ୟତମ ସଂଗ୍ରାମୀ ନେତା ବ୍ରଜ ମୋହନ ପ୍ରଧାନ ତାଙ୍କ ବକ୍ତବ୍ୟରେ ୪ ଗୋଟି ବ୍ଲକ ଯଥା ଜଳେଶ୍ଵର, ବାଲିଆପାଳ, ଭୋଗରାଇ ଓ ବସ୍ତା ବ୍ଲକ ମିଳିତ ଭାବେ ପାର୍ଟି ଦଳ ନିର୍ବିଶେଷରେ ସବଡିଭିଜନ ପାଇଁ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବା ପାଇଁ ଉପସ୍ଥିତ ଥିବା ଯୁବ ଛାତ୍ର ଓ ବୁଦ୍ଧିଜୀବିଙ୍କୁ ଅନୁରୋଧ କରିଥିଲେ । ସବ ଡିଭିଜନ ହେଲେ ଭୋଗରାଇ ବାଲିଆପାଳ ଲୋକେ ବହୁ ମୂଲ୍ୟବାନ ଜୀବନକୁ ନେଇ ୧୦୦ କିମି ରାସ୍ତାରେ ବାଲେଶ୍ବର ଯାଇ ନିଜ ନିଜର କାମ ପାଇଁ ସବ କଲେକ୍ଟରଙ୍କ ପାଖକୁ ଯାଇଥାନ୍ତି, ଜଳେଶ୍ଵରରେ ସବ ଡିଭିଜନ ହେଲେ ମାତ୍ର ୨୫/୩୦ କିମି ରାସ୍ତା ଯିବାକୁ ପଡ଼ିବ ଏବଂ ସୁବିଧା ଅସୁବିଧା ଗୁଡ଼ିକ ଏଠାରେ ସମାଧାନ ହୋଇ ପାରିବ ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଥିଲେ ଓ ଉଦ୍ଯୁଗି ଯୁବ ଓ ଛାତ୍ର ମାନଙ୍କୁ ଏହି ଆନ୍ଦୋଳନ ରେ ସମସ୍ତ ସହଯୋଗ କରିବା ସହିତ ସେମାନଙ୍କୁ ଧନ୍ୟବାଦ୍ ଦେଇଥିଲେ । ୪ ଗୋଟି ବ୍ଲକ ମଧ୍ୟରୁ ଜଳେଶ୍ଵରରେ ସବୁ ପ୍ରକାର ଭିତ୍ତିଭୂମି ଥିବାର ଦର୍ଶାଇ ଜଳେଶ୍ଵରରେ ହିଁ ସବଡିଭିଜନ ହେବା ଆବଶ୍ୟକ ବୋଲି କହିଥିଲେ ଏବଂ ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ଵର ଅଞ୍ଚଳର ସମସ୍ତ ବୁଦ୍ଧିଜୀବି ଛାତ୍ର ଯୁବ ଓ ବୁଦ୍ଧିଜୀବି ଏହାକୁ ସ୍ୱୀକାର କରି ଆଗକୁ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରାଯିବ ବୋଲି ମଧ୍ୟ ସେ କହିଥିଲେ । ଜଳେଶ୍ଵରରୁ ଆଇନଜୀବି ରାମଚନ୍ଦ୍ର ଜେନା, କୁଞ୍ଜ ବିହାରୀ ଦାସ, ଭୂପତି ଚରଣ ମିର୍ଦ୍ଧା, ରାଜେନ୍ଦ୍ର ପାତ୍ର, ସଞ୍ଜୟ କୁମାର ମହାନ୍ତି, ମଧୁସୂଦନ ଦତ୍ତ, ଶ୍ରୀକଣ୍ଠ ମହାନ୍ତି, ସଞ୍ଜିପ କୁମାର ଚାନ୍ଦ, ଗଣେଶ ହେମ୍ରମ୍, ମିହିର ଖଟୁଆ, ହରିସୁଦନ ବକ୍ସ, ମୁକୁନ୍ଦ ରଞ୍ଜନ ଜେନା, ଉଦୟ ନାଥ ମୁର୍ମୁ, ଅରୁଣ କୁମାର ରାଉଳ ଓ ଦୀନକୃଷ୍ଣ ମହାବିଦ୍ୟାଳୟ ର ଛାତ୍ର ନେତା ସଂଗ୍ରାମ କୁମାର ପାତ୍ର, ଭୋଗରାଇ ବ୍ଲକ କମର୍ଦ୍ଦା ସମାଜ ପ୍ରତିନିଧି ଅଂଶୁମାନ ରାଉତ, ସମ୍ବାଦ ପ୍ରତିନିଧି ନରନାରାୟଣ ମିଶ୍ର, ବସ୍ତା ବ୍ଲକରୁ ପରିତୋଷ କମିଳା ବାଲିଆପାଳ ବ୍ଲକରୁ ରାଧାକୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଆସନ୍ତା ଜାନୁଆରୀ ମାସରେ ୧୦ ହଜାର ଲୋକଙ୍କୁ ସାମିଲ କରାଯିବ ଓ ଜଳେଶ୍ଵର ତହସିଲ ଆଗରେ ଘେରାଓ କରିବା ସହିତ ୬୦ ନମ୍ବର ଜାତୀୟ ରାଜପଥ ରାଜଘାଟ ଠାରୁ ଲକ୍ଷ୍ମଣନାଥ ପର୍ଯ୍ୟନ୍ତ ରାସ୍ତାକୁ ଅଚଳ କରାଯିବ ଯେ ପର୍ଯ୍ୟନ୍ତ ସରକାର ସବଡିଭିଜନ ଘୋଷଣା କରି ନାହାନ୍ତି ।