ସବୁ ଦୋକାନୀ କରୋନା ଟିକା ପ୍ରମାଣ ପତ୍ର ଦୋକାନ ଆଗରେ ନ ଟାଙ୍ଗିଥିଲେ ବନ୍ଦ ହେବ ଦୋକାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋରନାକୁ ନେଇ ପ୍ରତ୍ୟେକ ଜିଲ୍ଲାରେ ବିଭିନ୍ନ ପ୍ରକାରର ନିୟମ ଲାଗୁ ହେଉଥିବା ବେଳେ ସମ୍ଭାବ୍ୟ କୋରନାର ତୃତୀୟ ଲହରକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ନୂଆ ନିର୍ଦ୍ଦେଶ ନାମା ଜାରି କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବର୍ତ୍ତମାନ ଠାରୁ ସବୁ ଦୋକାନୀ କୋରନା ଟୀକା ନେବାକୁ ବାଧ୍ୟ । ଟୀକା ନେବା ପରେ ଏହାର ସାଟିଫିକେଟକୁ ଦୋକାନ ସାମ୍ନାରେ ଲଗାଇବାକୁ ପଡିବ । ଯଦି କୌଣସି ଦୋକାନୀ ଟୀକା ନେଇ ନାହାନ୍ତି କିମ୍ବା ଦୋକାନ ସମ୍ମୁଖରେ ଟୀକାର ପ୍ରମାଣ ପତ୍ର ଲଗେଇ ନାହିଁ ତେବେ ସେହି ଦୋକାନକୁ ବନ୍ଦ କରି ଦିଆଯିବ ବୋଲି କୁହାଯାଇଛି । ଦୋକାନକୁ ଜିନିଷ ପତ୍ର କିଣିବା ପାଇ ଗ୍ରାହକ ମାନେ ପ୍ରତିଦିନ ଆସୁଛନ୍ତି ଯଦି ଦୋକାନୀ ନିଜେ ସୁରକ୍ଷିତ ନ ରହିବେ ତେବେ ଦୋକାନକୁ ଆସୁଥିବା ଗ୍ରାହକ ମାନେ ମଧ୍ୟ କୋରନାର ସ୍ୱୀକାର ହୋଇପାରନ୍ତି । ତେଣୁ ଦୋକାନୀ, ଗାଡ଼ି ଚାଲକ ଏବଂ ବଜାରରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କୁ ମଧ୍ୟ ଏହି ଟୀକା ପ୍ରମାଣପତ୍ର ରଖିବାକୁ କୁହାଯାଇଛି । ଯଦି ବ୍ୟବସିୟୀ ମାନେ ଏହି ନିୟମକୁ ନ ମାନନ୍ତି ତେବେ ସେମାନଙ୍କର ଦୋକାନକୁ ସିଲ୍ କରି ଦିଆଯିବ । ପ୍ରତ୍ୟେକ ଦୋକାନୀ ଏବଂ ପ୍ରତ୍ୟେକ ନାଗରିକ ମାନେ ଟୀକା ନେଇ ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ ବାସୀଙ୍କୁ ଅନୁରୋଧ କରିଛନ୍ତି ଏହାସହ ଜୁଲାଇ ୧ ତାରିଖ ଠାରୁ ଚେକିଙ୍ଗ୍ ଆରମ୍ଭ ହେବ ବୋଲି ଜଣାଇଛନ୍ତି ।