ସବୁ କଳ୍ପନା ଓ ଜଳ୍ପନା ପରେ ନିମାପଡାରେ ବିଧାୟକ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଆଗରେ ଜିତୁ ମହାନ୍ତି

ଗୋପ(ସମୃଦ୍ଧଓଡିଶା) ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଓଡ଼ିଆ ର ସମସ୍ତ ଦଳୀୟ ନେତାମାନେ ଯଦିଓ ନିର୍ବାଚନ କୁ ନେଇ ସେତେ ବ୍ୟସ୍ତ ଥିବା ଜଣାପଡ଼ୁନି l କିନ୍ତୁ ପୂର୍ବ ନିର୍ଦ୍ଧାରିତ ସର୍ବେ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ l କେତେବେଳେ କେଉଁ ସମୟରେ କିଛି ଖବର ଲୋକ ଲୋଚନ କୁ ଆସିପାରେ ? ବିଗତ ଦୁଇମାସ ହେଵ ନିମାପଡା ରାଜନୀତି ରେ ନୂତନ ଭାବେ ଏକ ସମାଜସେବୀ ତଥା ଯୁବନେତା ଙ୍କ କାର୍ଯ୍ୟକ୍ରମ ରେ ଶାସନ ଓ ବିରୋଧି ଙ୍କ ମୁଣ୍ଡବିନ୍ଧା ର କାରଣ ପାଲଟିଛି l ବିଗତ ଦୁଇ ଦଶାନ୍ଧି ଧାରି ସମାଜସେବା କ୍ଷେତ୍ରରେ ଅଗ୍ରସର ହୋଇଛନ୍ତି ତାଙ୍କ ଉତ୍ତମ ବ୍ୟବହାର ଓ ମିଷ୍ଟିଭାଷୀ ଯୋଗୁଁ ଗୋପ ଓ ନିମାପଡା ର ବର୍ତମାନ ସିଏ ପ୍ରିୟଭାଜନ ହୋଇଛିନ୍ତି l ସେ ଆଉ କେହିଁ ନୁହନ୍ତି ଗୋପ ଅଞ୍ଚଳ ର ବିଶିଷ୍ଟ ନାଟ୍ୟକାର ତଥା ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ, ଏସ ବି ଏଇ ର ଆବଶପ୍ରାପ୍ତ ଶାଖା ପରିଚକ, ବର୍ତମାନ ର ମୟୁର ଏକାଡେମୀ ର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି ବିଜୟ କୁମାର ମହାନ୍ତି ଙ୍କ କନିଷ୍ଟ ପୁତ୍ର ଜିତେନ୍ଦ୍ର ମହାନ୍ତି l ଯିଏ କି ବର୍ତମାନ ନୂଆ ଦିଲ୍ଲୀସ୍ଥିତ ଏକ ବଡ଼ ଅଟୋ ମୋବାଇଲ କମ୍ପାନୀ ର ମୁଖ୍ୟ ଦାୟିତ୍ୱ ରେ କାର୍ଯ୍ୟନିର୍ବାହ କରୁଛନ୍ତି l ପିଲାଟି ଦିନରୁ ପରାଉପକାର ତାଙ୍କର ବୃତ୍ତି ଭାବେ ଗ୍ରହଣ କରିଛନ୍ତି l ଏହାଦ୍ଵାରା ଗୋପ ଓ ନିମାପଡା ଆଉ ତାର ଆଖପାଖ ଅଞ୍ଚଳ ର ଲୋକେ ଉପକୃତ ହୋଇଛନ୍ତି l ସେ ସ୍ୱାସ୍ଥ୍ୟ ଓ ଶିକ୍ଷା ଏବଂ କ୍ରୀଡା କ୍ଷେତ୍ରରେ ଯିଏ ଯେତେବେଳେ ସାହାଯ୍ୟ ପାଇଁ ଫୋନ କରେ ସେମାନେ ତାଙ୍କ ଠାରୁ ଉପକୃତ ହୋଇଥାନ୍ତି l ସେଥିପାଇଁ ଆଗାମୀ ସାଧାରଣ ନିର୍ବାଚନ ରେ ଗୋପ ବ୍ଲକ ରୁ ସିଏ ବିଧାୟକ ଭାବେ ନିର୍ବାଚନ ରେ ଭଗନେବେ ବୋଲି ପଲ୍ଲୀ ରୁ ଦିଲ୍ଲୀ ସବୁଠି ଚର୍ଚ୍ଚା ଯୋର ଧରିଛି l ସେଥିପାଇଁ ଶାସକ ଦଳର ମୁଖ୍ୟ କାର୍ଯ୍ୟାଳୟ ରୁ ଗ୍ରୀନ ସିଗିଂନାଲ ମଧ୍ୟ ମିଳିସାରିଛି l ଏହି ଦେନେ କି ଦୁଇଦିନ ମଧ୍ୟରେ ତାଙ୍କ ନାମ ବି ଘୋଷଣା ହୋଇପାରେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ l ଏଣୁ ବର୍ତମାନ ନିମାପଡା ବିଧାନସଭା କ୍ଷେତ୍ରରେ ଗୋଟିଏ ନାମ ସବୁଠୁ ଆଗରେ ସେ ନା ଟି ହେଉଛି ଜିତେନ୍ଦ୍ର ମହାନ୍ତି l ଅତ୍ୟନ୍ତ ଆବଶ୍ୟକୀୟ ଥିବା ବ୍ୟକ୍ତି ବିଶେଷଙ୍କୁ ବିନା ସ୍ୱାର୍ଥ ରେ ସାହାଯ୍ୟ କରିବା ହେତୁ ଆଜି ଜିତୁ ମହାନ୍ତି ସମଗ୍ର ନିମାପଡା ନିର୍ବାଚନ ମଣ୍ଡଳୀର କେନ୍ଦ୍ର ବିନ୍ଧୁ ପାଲଟିଛନ୍ତି l ତାହା ମେଣ୍ଟ ହେଉ କି ନ ହେଉ ନିମାପଡା ରେ ଗୋଟେ ପ୍ରକାର ର ସ୍ପଷ୍ଟ ବାରି ହେଉଛି ଯେ ଗୋପ ର ଜିତୁ ମହାନ୍ତି ଏଥର ଟିକେ ପାଉଛନ୍ତି l ଏହି ନିର୍ବାଚନ ମଣ୍ଡଳୀ ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବ୍ଲକ ଟି ହେଊଛି ଗୋପ ବ୍ଲକ l ଯାହାର ପଞ୍ଚାୟତର ସଂଖ୍ୟା ହେଊଛି 31 ଗୋଟି ସେଥିମଧ୍ୟରୁ କାକଟପୁର ଓ ନିମାପଡା ଏବଂ ପୁରୀ ସଦର ନିର୍ବାଚନ ମଣ୍ଡଳୀର ସମଷ୍ଟି ହେଉଛି ଗୋପ ବ୍ଲକ l ନିମାପଡା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ଗୋପ ବ୍ଲକ ରେ ହିଁ ରହିଛି 14 ଟି ପଞ୍ଚାୟତ ର ଭୋଟର ଙ୍କ ଦ୍ଵାରା ସବୁବେଳେ ନିମାପଡାର ବିଧାୟକଙ୍କୁ ଗୋପ ର 14 ଟି ପଞ୍ଚାୟତ ର ଭୋଟରମାନେ ହିଁ ନିର୍ଣ୍ଣାୟକ ନିଅନ୍ତି l କିନ୍ତୁ ଏଥର ଗୋପ ର 14 ପଞ୍ଚାୟତ ର ମୁଖ୍ୟ ମାନଙ୍କ ଦ୍ଵାରା ଜିତୁ ମହାନ୍ତି ଙ୍କୁ ସର୍ବସାମ୍ମତିକ୍ରମେ ପ୍ରାର୍ଥୀ କରାଯିବ ବୋଲି ବରିଷ୍ଟ ନେତା ଓ ବୁଦ୍ଧିଜୀବୀ ଏବଂ ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ସ୍ପଷ୍ଟ କରିଛନ୍ତି l

ରିପୋର୍ଟ : ରଜତ ମହାପାତ୍ର