ସଡ଼କ ଦୁର୍ଘଟଣା : ଜଣେ ଛାତ୍ର ମୃତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜନ୍ମଦିନ ପାର୍ଟି ପାଳନ ହେଲା କାଳ । ଫେରିଲା ବେଳେ ଘଟିଗଲା ଏକ ଦୁର୍ଘଟଣା । ଛତ୍ରପୁର ନିକଟସ୍ଥ ଜାତୀୟ ରାଜପଥରେ ଘଟିଗଲା ଏକ ଲୋମହର୍ଷଣକାରୀ ଘଟଣା । କିଏ ଜାଣିଥିଲା କି ସାଙ୍ଗର ବର୍ଥଡେ ପାର୍ଟି ହେବ କାଳ । ବ୍ରହ୍ମପୁରରୁ ଆସିଥିଲେ ୩ସାଙ୍ଗ ଟିକେ ମଉଜମସ୍ତି କରି ଜନ୍ମଦିନ ପାଳନ କରିବେ ବୋଲି ଭାବିଥିଲେ । ପ୍ଲାନ ଅନୁସାରେ ସବୁ ଠିକ ବି ଚାଲିଲା । ବ୍ରହ୍ମପୁରରୁ ଛତ୍ରପୁର ନିକଟସ୍ଥ ତାମ୍ପରା ହ୍ରଦକୁ ଯିବା ପୂର୍ବରୁ ରାସ୍ତାରେ ଏକ ଢାବାରେ ଖା ପିଅ ମଧ୍ୟ ହେଲା ତାପରେ ଟିକେ ଛତ୍ରପୁର ତାମ୍ପରା ଭୁଲିଆସିବେ ବୋଲି ବାହାରିଥିଲେ । କିଛି ରାସ୍ତା ଅତିକ୍ରମ କରିବା ପରେ ବାଇକଟି ଧକ୍କେଇ ହେବାକୁ ଲାଗିଲା । ଯାହା ଫଳରେ ତେଲ ନାହିଁ ବୋଲି ପୁଣି ଅଧ ରାସ୍ତାରୁ ବୁଲେଟଟିକୁ ବୁଲାଇ ଫେରିଯିବେ ବୋଲି ପୁଣି ବାହୁଡି ପଡିଥିଲେ ତିନି ସାଙ୍ଗ । ହରି ଶଙ୍କର ବୁଲେଟ ଚଲାଉଥିବା ବେଳେ ପଛରେ ବସିଥିଲା ବନ୍ଧୁ ସ୍ପନ୍ଦନ କୁମାର ଦାସ ସ୍ପନ୍ଦନର ହିଁ ଜନ୍ମ ଦିନ ପାଳନ କରିବା ପାଇଁ ବାହାରିଥିଲେ ତିନି ବନ୍ଧୁ । ଦୁହେଁ ବୁଲେଟରେ ଥିବା ବେଳେ ଅନ୍ୟ ଏକ ବନ୍ଧୁ ସ୍ୱୟଂସିଦ୍ଦ ଶତପଥୀ ସେ ଏକ ସ୍କୁଟିରେ ଆଗରେ ଆଗରେ ଦୃତଗତିରେ ଯାଉଥିଲେ । ଟ୍ରକ୍ ମାନଙ୍କ ଓଭରଟେକ ମଧ୍ୟରେ ହରିଶଙ୍କରର ବୁଲେଟର ହେଣ୍ଡଲଟି ଟ୍ରକ ପାର୍ଶ୍ବରେ ଘଷିହୋଇ ଯାଇଥିଲା । ଆଖି ପିଚ୍ଛୁଳାକେ ବୁଲେଟ୍ ଟି ଟାଣି ହୋଇଯିବାରୁ ଚିଟକି ପଡିଥିଲେ ଉଭୟ ବନ୍ଧୁ । ହେଲେ ହରି ଶଙ୍କରଙ୍କ ଉପରେ ମାଡିଯାଇଥିଲା ଟ୍ରକ୍ ଏବଂ ସାମନ୍ୟ ଆଘାତ ପାଇ ଅଳ୍ପକେ ବର୍ତ୍ତି ଯାଇଥିଲା ସ୍ପନ୍ଦନ । ଏ ସବୁ ଘଟଣା ଆଖି ପିଛୁଳାକେ ଘଟିଗଲା ବୋଲି କହୋଭରା କଣ୍ଠରେ କହିଥିଲା ସ୍ପନ୍ଦନ । ଘଟଣାପରେ ଉଭୟ ଡରିଯାଇଥିଲେ ବିଚଳିତ ହୋଇ ଘଟଣା ସ୍ଥଳରୁ ଦୁହେଁ ଫେରାର ହୋଇ ଯାଇଥିଲେ । ହେଲେ ଘଟଣା ପରେ ଭିଡ ଜମିଯିବାରୁ କିଛି ସମୟ ପାଇଁ ରାଜରାସ୍ତା ଜାମ ହୋଇଯାଇଥିଲା । ଘଟଣାର ସୂଚନା ପାଇଁ ତୁରନ୍ତ ଛତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଅଗ୍ନିଶମ ବାହିନୀଙ୍କ ଦ୍ବାରା ମୃତଦେହକୁ ଉଦ୍ଧାର କରି ବ୍ୟବେଚ୍ଛଦ ପାଇଁ ଛତ୍ରପୁର ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ମୃତକର କୌଣସି ପରିଚୟ ପତ୍ର ନଥିବାରୁ ପ୍ରଥମେ ଯୁବକର ଯୁବକକୁ ଚିହ୍ନଟ କରିବା କଷ୍ଟସାଧ୍ୟ ହୋଇଥିଲା । ତେବେ ଦୃଘଟଣା ଗ୍ରସ୍ତ ବାଇକ ନମ୍ବରରୁ ମୃତକଙ୍କ ଠିକଣା ଓ ସଂପର୍କୀୟ ନିକଟକୁ ପହଞ୍ଚିବାର ବାଟ ଫିଟିଥିଲା । ଏହାପରେ ଅନ୍ୟ ଦୁଇ ବନ୍ଧୁ ହସ୍ପିଟାଲ ପହଞ୍ଚି ଘଟଣା ସଂପର୍କରେ ପୋଲିସକୁ ଅବଗତ କରିଥିଲେ । ତିନୋଟି ଯାକ ବନ୍ଧୁ ବ୍ରହ୍ମପୁର ଦିପୋଲ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଥିଲେ । ମୃତ ହରିଶଙ୍କର ପଣ୍ଡା (୧୬) ବ୍ରହ୍ମପୁର ନୀଳାଞ୍ଚଳ ନଗର ତୃତୀୟ ଲେନ୍ ରେ ରହୁଥିବା ବେଳେ ପିତା ଓଂକାର ପଣ୍ଡାଙ୍କ ଏକମାତ୍ର ପୁତ୍ର ଥିଲା । ଘଟଣା ସ୍ଥଳରେ ପ୍ରୋଭିସ୍ନଲ ଆଇପିଏସ୍ ଆର୍. ରାଗବେନ୍ଦର, ଛତ୍ରପୁର ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା