ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ କୃଷକଙ୍କ ଉପରେ ଗାଡି ଚଢାଇବା ଘଟଣାରେ ହତ୍ୟାକାରିକୁ ଗିରଫ୍ କରିବା ଦାବୀ ସହ ପ୍ରତିବାଦ ସଭା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ କୃଷକଙ୍କ ଉପରେ ଗାଡି ଚଢାଇବା ଘଟଣାରେ ହତ୍ୟାକାରିକୁ ଗିରଫ୍ କରିବା ଦାବୀ ସହ ପ୍ରତିବାଦ ସଭା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯେ, ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା କୃଷକଙ୍କ ଉପରେ ବିଜେପିର କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ୮ ଜଣ କୃଷକଙ୍କୁ ହତ୍ୟା କରାଯିବା ବିରୁଦ୍ଧରେ ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ନେତା ଓ କର୍ମୀମାନେ ସ୍ଲୋଗାନ ଦେବା ସହ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ତୁରନ୍ତ ଗିରଫ୍ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ତିନୋଟି କଳା କୃଷି ଆଇନ ରଦ୍ଦ କରିବା ଦାବୀ ନେଇ ସଂଯୁକ୍ତ କିଶାନ ମୋର୍ଚ୍ଚାର କର୍ମୀମାନେ ଆହ୍ୱାନ ଦେଇଥିଲେ । ଏହି ପ୍ରତିବାଦ ସଭାରେ ଯୁବ ଆଇନଜିବୀ ଡି. ଆଦି ନାରାୟଣ ରେଡ୍ଡୀ, ଅଖିଳ ଭାରତ କୃଷକ ସଭାର ଏସ୍‌. କ୍ରିଷ୍ଣା ରେଡ୍ଡି, ବିକେଏମୟୁ ନେତା ସିମାଞ୍ଚଳ ସାହୁ, ଋଷିକୁଲ୍ୟା ରୟତ ମହାସଭାର ସାଧାରଣ ସମ୍ପାଦକ ସିମାଞ୍ଚଳ ନାହାକ, ବହୁଜନ କ୍ରାନ୍ତି କୃଷକ ସଭାର ସଭାପତି ସୁମା ଦାସ, ଓଡିଶା କୃଷକ ସଭାର ପର୍ଶୁରାମ ଗୌଡ, ଏଆଇକେଏସର ନେତା ପ୍ରଫୁଲ୍ଲ ପାଣିଗ୍ରାହୀ, ଗୁରୁନାଥ ପ୍ରଧାନ, ତ୍ରିନାଥ ରେଡ୍ଡି, ସନ୍ୟାସୀ ପ୍ରଧାନ, ଭାଗିରଥି ପ୍ରଧାନ ଓ ଇଜୁ ଆମିନ୍ ଖାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା