ସମ୍ବିଧାନ ସଂଶୋଧନ ଆଉ ଜରୁରୀ କି ?

କଟକ(ସମୃଦ୍ଧ ଓଡିଶା)ଭାରତୀୟ ସମ୍ବିଧାନ ଅନନ୍ୟ,ଅତୁଳନୀୟ ଓ ଐତିହାସିକ ।ଆମ ସମ୍ବିଧାନ ୧୦୬ ଥର ସଂଶୋଧନ ହୋଇସାରିଛି । ଥିଙ୍କର୍ଶ୍ କ୍ଳବ୍ ର ୮୭ ତମ ଆଭାସୀ ଆଲୋଚନା ସମ୍ବିଧାନ ସଂଶୋଧନ ଆଉ ଜରୁରି କି ? ଉପରେ ଥିଙ୍କର୍ଶ୍ କ୍ଳବ୍ ସଭାପତି ବରଦା ଦାସଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି I ଏଥିରେ ଅତିଥି -ଜଷ୍ଟିସ ଡି ପି ଚୌଧୁରୀ, ଆଲୋଚକ -ଅଧ୍ୟାପକ ଡ଼. ମାନସ ବେହେରା, ପର୍ଯ୍ୟବେକ୍ଷକ- ଡ଼ ନନ୍ଦ ନନ୍ଦନ ଦାସ, ପୂର୍ବତନ ସଚିବ, ପୂର୍ତ୍ତ ବିଭlଗ ମତ ଦେଇଥିଲେ I ୧୯୫୦ ମସିହାରେ ସମ୍ବିଧାନ ତିଆରି ସମୟରେ ନାଗରିକ ମାନେ ପାଣି, ବିଦ୍ୟୁତ, ଭଲ ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି ବହୁ ସୁବିଧାରୁ ରୁ ବଂଚିତ ଥିଲେ, ତେଣୁ ଆଜିର ସମୟ ଅନୁସାରେ ସମ୍ବିଧାନ ରେ କିଛି ବିଶେଷ ବିଷୟ ଯୋଗ ହେବା ଆବଶ୍ୟକ ତାହା ଦର୍ଶା ଯାଇ ଥିଲା । ନିମ୍ନ ମତ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ।
୧. ଭାରତରେ ସମସ୍ତେ ଭାରତୀୟ ଭାବ ଉପରେ କେବଳ ପ୍ରାଧ୍ୟାନ୍ୟ, ୨. ବର୍ତମାନ ସମୟରେ ଜଣେ ଆଦିବାସୀ ଦେଶର ରାଷ୍ଟ୍ରପତି, ପଛୁଆବର୍ଗ ପ୍ରଧାନମନ୍ତ୍ରୀ, ହରିଜନ ମନ୍ତ୍ରୀ ଓ ଉଚ୍ଚ ପଦବୀରେ ରହିବା ବେଳେ ୭୫ ବର୍ଷ ପରେ ଜାତି ଗତ ସଙ୍ଗରକ୍ଷଣ ର ଆବଶ୍ୟକତା ନାହିଁ, ସମ୍ବିଧାନରେ ୧୦ ବର୍ଷ ପାଇଁ ଆରକ୍ଷଣ ଥିଲେ ମଧ୍ୟ ତାହା ୭୫ ବର୍ଷ ପାଇଁ ସମ୍ବିଧାନର ନିୟମ ବାହାରେ କାହା ସ୍ୱାର୍ଥରେ ହୋଇଚାଲିଛି ଓ ଏପରି ଆରକ୍ଷଣ କେବଳ ସେ ବର୍ଗର ଉଚ୍ଚ ସମ୍ପର୍ଣ ବ୍ୟକ୍ତି ମାନେ ଉପଭୋଗ କରି ସେବର୍ଗର ବି ପି ଏଲ ମାନଙ୍କୁ କେବଳ ବଂଚିତ କରୁନାହାନ୍ତି ବରଙ୍ଗ ସେମାନେ ସେପରିଥିଲେ ଉଚ୍ଚ ସମ୍ପର୍ଣ ବ୍ୟକ୍ତି ମାନେ ସବୁ ସୁବିଧା ପାଇ ପାରୁଛନ୍ତି I
୩. ବର୍ତମାନ ଭାରତର ସବୁ ବିପିଏଲ ମାନ ଙ୍କୁ ସବୁ ସୁବିଧା ଦେଲେ ସମୂହ ଉନ୍ନତି ସମ୍ଭବ, ୪. ଧର୍ମ ଓ ଜାତି ଭିତ୍ତିକ ଦଳ ରହିବା ଉଚିତ ନୁହେ, ୫. ପାର୍ଲିଆମେଣ୍ଟ ଲୋକ ପ୍ରତିନିଧି ଦ୍ୱାରା ବିଲ ପାସ ହେବାପରେ ରାଷ୍ଟ୍ରପତି ଙ୍କ ଅନୁମୋଦନ ହେବା ଉଚିତ, ରାଜ୍ୟ ସଭାର ଜରୁରତା ନାହିଁ , ୬. ଭାରତରେ ବେଶୀ ହେଲେ ୫/୬ ଟି ଦଳ ହେବା ଉଚିତ ୭. ଏକ ରାଜ୍ୟରେ ଏକ ଲକ୍ଷ କୋଟି ଋଣ ଥିଲେ ସେରାଜ୍ୟ ଗରିବ ଓ ସେ ରାଜ୍ୟରେ ଏକ ଲକ୍ଷ କୋଟି ସମ୍ବଳ ଥିଲେ ସେ ରାଜ୍ୟ ଉନ୍ନତ, ଏହା ରାଜ୍ୟର ସରକାରୀ ସ୍ତରରେ କିଛି ଭୁଲ ପାଇଁ ଗରିବୀ ସୃଷ୍ଟି ହୁଏ, ତେଣୁ କୌଣସି ରାଜ୍ୟ ଋଣ ଭାର ବଢ଼େଇ ପାରବେ ନାହିଁ, ଏପରି ହେଲେ ରାଜ୍ୟ ଓ ଦେଶରେ ଉନ୍ନତି ସମ୍ଭବ I ତେଣୁ ଦେଶରୁ ଗରିବୀ କମେଇବା ଭାରତ ସରକାର ଦେଖିବା ଉଚ୍ଚିତ, ୮. ଭାରତରେ ସମସ୍ତେ ଆଦର୍ଶ ଭାରତୀୟ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ଉଚିତ, ଯେଝା ଧର୍ମ ନିଜ ଘରେ ଓ ଅନୁଷ୍ଠାନରେ ପାଳିବେ, କାହାରିକି କେହି ଅସୁବିଧାରେ ପକାଇବେ ନୀହିଁ, ସମୂହ ଯାତ୍ରା ପାଇଁ ସରକାରୀ ଅନୁମତି ନେବେ, ୯. ସବୁ ଧାର୍ମିକ ଅନୁଷ୍ଠାନ ର ଯତ୍ନ ନେବେ ଓ ଦେଶର ଐଁକେୟ ବଜାଇ ଭାଙ୍ଗିଥିବା ଅନୁଷ୍ଠାନର ପୁନର ଉଦ୍ଧାର କରିବା ହେଲା, ଏହା ସବୁ ପର୍ଯ୍ୟବେକ୍ଷକ ସ୍ତଳୀ ହେବା, ୧୦. ଲୋକସଭା ଓ ବିଧାନ ସଭା ରେ ଅଯଥା ଗଣ୍ଡଗୋଳ କରିବା ଉଚିତ ନୁହେ I
ଏହି ପରିପେକ୍ଷିରେ ସମ୍ବିଧାନରେ ଏହିପରି ବ୍ୟବସ୍ଥାମାନ ଥିଲେ ଦେଶ ଓ ଲୋକଙ୍କର ପାଇଁ ଭଲ I ଶେଷରେ ଆଦ୍ଭୋକେଟ ମିଲନ କୁମାର ବଡୁ ଧନ୍ୟବାଦ ଦେଇଥିଲେ ଏବଂ ବିଭୁଦତ୍ତ ମହାନ୍ତି କାର୍ଯ୍ୟ ପରିଚାଳନା କରିଥିଲେ I ବାହାରିନ ରୁ ସୁବାସ ସାହୁ, ଡ୍ ରଜତ ଶତପଥୀ, ଡି ବି ହୃଦୟ,ଲକ୍ଷ୍ମୀକାନ୍ତ ନାୟକ ପ୍ରଶ୍ନ ପଚାରି ଥିଲେ ।

ଲେଖକ : ବରଦା ଦାସ, ସଭାପତି, ଥିଙ୍କର୍ଶ କ୍ଳବ୍ , ଅବସରପ୍ରାପ୍ତ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ଯୁଗ୍ମ ନିର୍ଦେଶକ