ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ କରୁଣାକର ମାର୍ଗ ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ମଠ ର ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡ଼ମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଷ୍ଠା ଉତ୍ସବ ୦୪/୦୩/୨୦୨୪ ଠାରୁ ୧୧/୦୩/୨୦୧୪ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ।ପ୍ରତିଦିନ ସନ୍ଧ୍ୟାରେ ୭ ଟାରୁ ୧୦ ଘଣ୍ଟ ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ,ଶ୍ରୀ ହରିନାମ ସଙ୍କୀର୍ତ୍ତନ,ସାଂସ୍କୃତିକ କାର୍ଯ୍ୟକ୍ରମ,ଘୃତ ଯଜ୍ଞ,ଜଳଯାତ୍ରା, ଦୀକ୍ଷା, ଅଙ୍କୁରାରୋପଣ, ବନଯୋଗ ,ରତ୍ନ ମୁଦ ପ୍ରତିଷ୍ଠା,ମଣ୍ଡଳ କରଣ, କର୍ମାରମ୍ଭ, ଶାଲା ସଂସ୍କାର, ଅଗ୍ନିସ୍ଥାପନ , ଧାନ୍ୟା ଦିବାସ,ଦେବତା ଓ ପ୍ରାସାଦ ଅଧିବାସ,ମହାସ୍ନାନ,ନ୍ୟାସ, ଅନ୍ନଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେଉଅଛି।ବିଭିନ୍ନ ସ୍ଥାନ ରୁ ବହୁ ଭକ୍ତ ମାନେ ଉପସ୍ଥିତ ରହି ପ୍ରବଚନ ଶ୍ରବଣ କରୁଛନ୍ତି। ଏହା ସହିତ ମିନାବଜାର ଖୋଲାଯାଇଛି ଦୈନିକ ଶହ ଶହ ଭକ୍ତଙ୍କ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି l

ରିପୋର୍ଟ – ରଜତ ପଟ୍ଟନାୟକ