ଶ୍ରୀ ବେଲେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ-ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଗଣ୍ଡଳା – ବେଲଗାଁ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨/୦୨/୨୦୨୪ ତାରିଖ ସୋମବାର ଦିନ ନୂଆ ଓ ଯୁବ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ର ଓଡିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ର ଉଦଯାପନ ଉତ୍ସଵ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ୍ୟା ଡ଼. ଅମିତା ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଲକ୍ ବିଡିଓ ଦିବ୍ୟଜ୍ୟୋତି ସ୍ମୃତୀରଞ୍ଜନ ଦେଓ ଏବଂ ଛତ୍ରପୁର ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ର ଓଡିଆ ବିଭାଗ ଅଧ୍ୟାପକ ଡ଼. ଅଜୟ କୁମାର ତ୍ରିପାଠୀ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକ ପାତ କରିଥିଲେ l ମୁଖ୍ୟ ବକ୍ତା ଭାବେ ଖମ୍ବେୟାଦୋରା ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଓଡିଆ ବିଭାଗ ର ବରିଷ୍ଟ ଅଧ୍ୟାପକ ଶ୍ରୀ ସଞ୍ଜୟ କୁମାର ଷଡ଼ଙ୍ଗୀ ଯୋଗ ଦେଇ ଓଡିଆ ଭାଷା ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ସେହିପରି ସମ୍ମାନୀତ ଅତିଥି ରୂପେ ଶ୍ରୀ ବେଲେଶ୍ୱର ଡ଼ିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ରାମକୃଷ୍ଣ ଗୌଡ଼, ଓଡିଆ ବିଭାଗ ଅଧ୍ୟାପିକା ଶ୍ରୀମତି ନର୍ମଦା ଷଡ଼ଙ୍ଗୀ ଯୋଗଦେଇ ଜଗନ୍ନାଥ ମନ୍ଦିର ପରିକ୍ରମା ଉପରେ ଆଲୋକପାତ କରିଥିଲେ l ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି ସହ ସାଠିପିକେଟ ଓ ଜଗତର ନାଥ ଆମ ଜଗନ୍ନାଥ ନାମିତ ଏକ ପୁସ୍ତକ ପୁରସ୍କୃତ କରଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପରିଚାଳନା ଓ ସଂଯୋଜନା କରିଥିଲେ ଓଡ଼ିଆ ବିଭାଗ ର ବରିଷ୍ଟ ଅଧ୍ୟାପକ ନୋଡାଲ ଅଫିସର୍ ଶ୍ରୀ କାଳୁଚରଣ ନାୟକ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ମାନସ ପଟ୍ଟନାୟକ ଏବଂ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ସହୋଯୋଗ କରିଥିଲେ l

ରିପୋର୍ଟ : ରଜତ ପଟ୍ଟନାୟକ