ଶ୍ରୀ ବଳଦେବ ଜୀଉ ଗାଡି ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଶ୍ରୀ ବଳଦେବ ଜୀଉ ମୋଟର ଭେଇକ୍ଲି ଓନର୍ସ ୱେଲ ଫେୟାର ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତୀଙ୍କ ରିଲିଫ ପାଣ୍ଠିକୁ ୧୦, ୦୦୦ ଟଙ୍କା ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । କରୋନା ଭୁତାଣୁ ସଂକ୍ରମର ମୁକାବିଲା ନିମନ୍ତେ ରାଜ୍ୟରେ ଅର୍ଥ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦାନ କରାଯାଇଥିବା ଜଣାପଡିଛି । ଏହି ସଂଘର ସଭାପତି ଗୋଲକ ବେହେରା, ସମ୍ପାଦକ ଦିଲୀପ କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ ସଭ୍ୟମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟି ୧୦, ୦୦୦ ଟଙ୍କା ଅର୍ଥ ରାଶି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ରିପୋର୍ଟ : ଶୁଭମ ପାଣି